ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ମନମୋହନ-ସୁଜିତ-ଦିଲ୍ଲୀପ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୧୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାରେ ରାଜନୈତିକ ପାଣିପାଗ ବେଶ୍‌ ସରଗରମ ହୋଇଉଠିଛି । ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ସହିତ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଓଡ଼ିଶା ବିଧାନସଭାରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ବିଜେପିର ଦୁଇ ପ୍ରାର୍ଥୀ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରକୁ ଯାଇ ପ୍ରଭୁ ରାମଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ । ପରେ ବିଜେପି ନେତା ଓ କର୍ମୀଙ୍କ ଗହଣରେ ଭବ୍ୟ ଶୋଭାଯାତ୍ରାରେ ଆସି ବିଧାନସଭାକୁ ଆସି ନାମାଙ୍କନ ଦାଖଲ କରିଥିଲେ । ଏହି ଅବସରରେ ବିଜେପିର ବହୁ ସଂଖ୍ୟକ ନେତା, ବିଧାୟକ ଓ କର୍ମୀମାନେ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button