ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେଲେ ମନମୋହନ ସାମଲ

ଭୁବନେଶ୍ବର: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପୁଣି ଥରେ ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ଥିଲା ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ। ଏହା ଅପରାହ୍ନ 3 ଟା 30 ପର୍ଯ୍ୟନ୍ତ ଶେଷ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। ସେହି ସମୟ ଭିତରେ ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲ ନାମାଙ୍କନ ଦାଖଲ କରିଥିଲେ। ଫଳରେ ସେ ନିର୍ଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ଏହି ସର୍ବୋଚ୍ଚ ପଦବୀ ପାଇଁ ପ୍ରାୟ ଦୁଇତିନି ଜଣ ଆଶାୟୀଥିଲେ। ହେଲେ ସର୍ବାଗ୍ରେ ରହିଥିଲେ ମନମୋହନ ସାମଲ। ସେ ଧାରାବାହିକ ଭାବେ ଦ୍ବିତୀୟ ଥର ପାଇଁ ସଭାପତି ହେଲେ। ପୂର୍ବରୁ ସେ 1999 ରୁ 2004 ମସିହା ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ଥିଲେ। ଗତ ସଭାପତି ସମୟରେ ତାଙ୍କର ଦୃଢ ନେତୃତ୍ବ ଯୋଗୁଁ ବିଜେପି ପ୍ରଥମ ଥର ପାଇଁ ରାଜ୍ୟ ଶାସନକୁ ଆସିଥିଲା। ଫଳରେ ସେ ପୁଣି ଥରେ ସଭାପତି ହୁଅନ୍ତୁ ବୋଲି ଏକ ବଡ ଗୋଷ୍ଠୀ ଚାହୁଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button