ଡିଜିଟାଲ ସଶକ୍ତିକରଣର ପ୍ରତୀକ ପାଲଟିଛନ୍ତି ମୟୂରଭଞ୍ଜର ମଞ୍ଜୁଲତା: ନୂଆଦିଲ୍ଲୀରେ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀଡିଡିଟାଲ ସଶକ୍ତିକରଣ ଦେଶର ସାଧାରଣ ନାଗରିକଙ୍କ ଭାଗ୍ୟରେ କିଭଳି ପରିବର୍ତ୍ତନ ଆଣିଛି ତାହାର ଏକ ଉଦାହରଣ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଜଣେ ମହିଳା ମଞ୍ଜୁଲତା ଦେବୀ। ୬୦ରୁ ୭୦ ପ୍ରତିଶତ ଜଙ୍ଗଲ ଘେରା ଅଞ୍ଚଳ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଜନ ସେବା କେନ୍ଦ୍ର (ସିଏସସି) ଖୋଲି ସେ ଲୋକଙ୍କ ଘର ପାଖରେ ଡିଜିଟାଲ ସେବା ପହଞ୍ଚାଉଛନ୍ତି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଜନ ସେବା କେନ୍ଦ୍ର ଦିବସ ସମାରୋହରେ କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ମଞ୍ଜୁଲତା ତାଙ୍କ ସଫଳତାର କାହାଣୀ କହିଛନ୍ତି। ମଞ୍ଜୁଲତା କହିଛନ୍ତି, ପ୍ରଥମେ ସେ ଜଣେ ଗୃହିଣୀ ଥିଲେ। ଏବେ ଜନ ସେବା କେନ୍ଦ୍ରରେ କାମ କରି ସେ ବହୁତ ଖୁସିରେ ଅଛନ୍ତି। ସବୁ ସରକାରୀ ସୁବିଧା ସେ ସ୍ଥାନୀୟ ଲୋକଙ୍କ ଘର ପାଖରେ ପହଞ୍ଚାଇପାରୁଛନ୍ତି। ସେ ଘରକୁ ଘର ବୁଲି ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଗର୍ଭବତୀ ମା’ମାନଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେଉଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରକୁ ଧନ୍ୟବାଦ ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ମୟୂରଭଞ୍ଜର ଆଉ ଜଣେ ସଶକ୍ତ ମହିଳା ମଞ୍ଜୁଲତାଙ୍କ କାରଣରୁ ଅନେକ ଚାଷୀଭାଇମାନଙ୍କୁ ନୂତନ ଜ୍ଞାନକୌଶଳର ଲାଭ ମିଳିପାରୁଛି। ଅତି କଠିନ ପରିସ୍ଥିତି ସତ୍ତ୍ୱେ ସେ ଡିଜିଟାଲ ଦକ୍ଷତା ଅର୍ଜନ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଶକ୍ତ କରିପାରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button