ମନ୍ କି ବାତ୍‌ରେ ରଥଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ୟ୍ୟକାଳର ପ୍ରଥମ ମନ୍ କି ବାତ୍ ରେଡିଓ କାର୍ୟ୍ୟକ୍ରମ ରବିବାର ପୁଣି ଆରମ୍ଭ ହୋଇଛି।ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ସପ୍ତାହରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି। ଏହି କାର୍ୟ୍ୟକ୍ରମ ପ୍ରତ୍ୟେକ ମାସର ଶେଷ ରବିବାରରେ ପ୍ରସାରିତ ହୋଇଥାଏ। ଏହାପୂର୍ବରୁ ‘ମନ କି ବାତ୍’ ଗତ ଫେବୃଆରୀ ୨୫ ରେ ପ୍ରସାରିତ ହୋଇଥିଲା। ପରେ ଲୋକସଭା ନିର୍ବାଚନ ଯୋଗୁ ଏହାକୁ ବନ୍ଦ କରିବାକୁ ପଡିଥିଲା। କାର୍ୟ୍ୟକ୍ରମର ୧୧୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମନ କି ବାତ୍ ଆସନ୍ତା ତିନିମାସ ପାଇଁ ପ୍ରସାରିତ ହେବ ନାହିଁ। ଏହାପୂର୍ବରୁ ଜୁନ୍ ୧୮ ରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ମନ୍ କି ବାତ୍ ଜୁନ୍ ୩୦ରେ ପୁଣି ଆରମ୍ଭ କରିବେ। ମାଇଁ ଗଭକ ଓପନ୍ ଫୋରମ୍, ନମୋ ଆପ୍ କିମ୍ବା ୧୮୦୦୧୧୭୮୦୦ରେ ମେସେଜ୍ କରି ତାଙ୍କ ରେଡିଓ ପ୍ରସାରଣ ପାଇଁ ସେମାନଙ୍କର ମତାମତ ଏବଂ ଇନପୁଟ୍ ବାଣ୍ଟିବାକୁ ସେ ଲୋକଙ୍କୁ ଆହ୍ବାନ କରିଥିଲେ।

Related Articles

Leave a Reply

Your email address will not be published.

Back to top button