ଟ୍ରେନ ଦୁର୍ଘଟଣା ଯାତ୍ରୀଙ୍କ ପାଇଁ ମମତାଙ୍କ ଭିନ୍ନ ଏକ ସହାୟତା ଘୋଷଣା

କୋଲକାତା: ବାଲେଶ୍ବର ବାହାନଗାଠାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବହୁ ପଶ୍ଚିମବଙ୍ଗ ଯାତ୍ରୀ ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଭିନ୍ନ ପ୍ରକାରର ସହାୟତା ଘୋଷଣା କରିଛନ୍ତି। ତାହା ହେଲା ଏହି ଦୁର୍ଘଟଣାରେ ଆହତ ନ ହୋଇଥିଲେ ମଧ୍ୟ ତାଙ୍କୁ ମିଳିବ ସହାୟତା। ମମତାଙ୍କୁ ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ଯେଉଁ ଯାତ୍ରୀମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣଙ୍କୁ ହୋମ ଗାର୍ଡ ଚାକିରୀ ପ୍ରଦାନ କରାଯିବ। ସେହିପରି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ଏକ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦିଆଯିବ। ହେଲେ ମମତା ଘୋଷଣା କରିଛନ୍ତି ଯେ ଯେଉଁମାନେ ଆହତ ହୋଇ ନାହାଁନ୍ତି ସେମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। କାରଣ ଏହି ଭୟଙ୍କର ଦୁର୍ଘଟଣାରେ ସେମାନେ ମାନସିକ ସ୍ତରରେ ଆଘତ ପାଇଥିବାରୁ ସେମାନଙ୍କୁ ଏକକାଳିନ ୧୦ ହଜାର ଏବଂ ଚାରି ମାସ ପାଇଁ ମାସକୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

Related Articles

Leave a Reply

Your email address will not be published.

Back to top button