ମାଲକାନଗିରି ଏମଭି-୨୬ ଗ୍ରାମର ପୋଡାଜଳା ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ମାଲକାନଗିରି ଏମଭି-୨୬ ଗ୍ରାମର ପୋଡାଜଳା ଘଟଣାରେ ପୁଲିସ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି। ଶନିବାର ମଧ୍ୟରାତ୍ରିରେ ଅନ୍ୟ ୯ ଜଣ ଏବଂ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଫଳରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୧୮କୁ ବୃଦ୍ଧିପାଇଛି।ଏହି ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମାଲକାନଗିରି ଜିଲ୍ଲା ଗସ୍ତକରି ଏକ ସମୀକ୍ଷା ବୈଠକରେ ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ସେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଏସ୍ପି ବିନୋଦ ପାଟିଲ ଏଚ.ଙ୍କ ଉପସ୍ଥିତିରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘର କର୍ମକର୍ତ୍ତା ଓ ଜିଲ୍ଲା ବଙ୍ଗାଳି ସମାଜ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ପରେ ସାଂସଦ ଶ୍ରୀ ମାଝୀ ରାଖେଲଗୁଡା ଗ୍ରାମ ଗସ୍ତକରି ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ। ଏମଭି-୨୬ ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରୀ ଦଳ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଛନ୍ତି। ଭାରତୀୟ ରେକକ୍ରସ୍ ସୋସାଇଟି ପକ୍ଷରୁ ଗ୍ରାମବାସୀଙ୍କୁ ପୋଷାକ, କମ୍ବଳ, ଟାର୍ପୋଲିନ ଓ ବିଭିନ୍ନ ରୋଷେଇ ସାମଗ୍ରୀ ବଣ୍ଟନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button