ମହାରାଷ୍ଟ୍ର ରାଜନୀତି: ଶରଦ ପାୱାରଙ୍କୁ ହଟାଇ ଦଳର ସଭାପତି ହେଲେ ଅଜିତ ପାୱାର

ମୁମ୍ବାଇ: ଏନସିପିର ରାଜନୈତିକ ଲଢେଇ ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ଅଜିତ ପାୱାର ଦଳ ଶରଦ ପାୱାରଙ୍କୁ ଏନସିପି ରାଷ୍ଟ୍ରୀୟ ସଭାପତି ପଦରୁ ହଟାଇ ଅଜିତ ପାୱାରଙ୍କୁ ନୂତନ ରାଷ୍ଟ୍ରୀୟ ସଭାପତି କରିଛନ୍ତି। ନିର୍ବାଚନ ଆୟୋଗଙ୍କୁ ଲେଖାଯାଇଥିବା ଚିଠିରେ ଏହା ଉଲ୍ଲେଖ କରାଯାଇଛି। ଏହାପୂର୍ବରୁ ଅଜିତ ପାୱାର କହିଥିଲେ ଯେ, ଶରଦ ପାୱାର ତାଙ୍କ ଦଳର ସଭାପତି। ସୂଚନାନୁସାରେ, ଜୁନ୍ ୩୦ ତାରିଖରେ ୪୦ ଏନସିପି ବିଧାୟକଙ୍କ ସମର୍ଥନ ପତ୍ର ସହିତ ଅଜିତ ପାୱାରଙ୍କୁ ଏନସିପି ସଭାପତି କରିବା ବିଷୟରେ ସୂଚନା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା। ଯାହାକୁ ଜୁଲାଇ ୫ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କୁ ମିଳିଥିଲା। ସୂଚନାନୁସାରେ, ଜୁଲାଇ ୩ ତାରିଖରେ ନିର୍ବାଚନ ଆୟୋଗ ଜୟନ୍ତ ପାଟିଲ (ଶରଦ ପାୱାର ଦଳ) ଙ୍କ ଠାରୁ ଏକ ଚିଠି ମଧ୍ୟ ପାଇଥିଲେ। ଯେଉଁଥିରେ କୁହାଯାଇଛି ଯେ, ଅଜିତ ପାୱାରଙ୍କ ସହ ଶପଥ ନେଇଥିବା ୯ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା କାର୍ଯ୍ୟାନୁଷ୍ଠାନ କରାଯାଉ। ଏଭଳି ପରିସ୍ଥିତିରେ ଯଦି ଅଜିତ ପାୱାରଙ୍କ ଦାବି ଉପରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଶୁଣାଣି କରନ୍ତି, ତା’ହେଲେ ତାଙ୍କ ପକ୍ଷ ଶୁଣିବା ବିନା ଶୁଣାଣି ହେବା ଉଚିତ ନୁହେଁ।

Related Articles

Leave a Reply

Your email address will not be published.

Back to top button