ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ଆରଏସଏସକୁ କହିଲେ ଆତଙ୍କବାଦୀ ସଂଗଠନ

ନୂଆଦିଲ୍ଲୀ: ମହାରାଷ୍ଟ୍ର କଂଗ୍ରେସ ନେତା ହୁସେନ୍ ଦଲୱଇ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ଆରଏସଏସକୁ ଏକ ଆତଙ୍କବାଦୀ ସଂଗଠନ ବୋଲି କହିଛନ୍ତି। ଦଲୱାଇ କହିଛନ୍ତି ଯେ, ପାକିସ୍ତାନରେ ISI ଏବଂ ଭାରତରେ RSS ଅଛି। କଂଗ୍ରେସ ନେତା ହୁସେନ ଦଲୱଇ କହିଛନ୍ତି ଯେ, “ଆରଏସଏସ ଏକ ଆତଙ୍କବାଦୀ ସଂଗଠନ। ଘରେ ଖଣ୍ଡା ଏବଂ ଛୁରୀ ରଖିବା ଏକ ପ୍ରସଙ୍ଗ ହେବା ଉଚିତ୍ ନୁହେଁ, ଏଠାରେ ଶାନ୍ତି ରହିବା ଉଚିତ। ଯଦି ଆତଙ୍କବାଦୀ ସଂଗଠନ ଆରଏସଏସ ଏଠାରେ ଶାନ୍ତି ଭାଙ୍ଗିବାକୁ ଚାହୁଁଛି, ତେବେ ଜନସାଧାରଣ ଏଥିପ୍ରତି ଧ୍ୟାନ ଦେବା ଉଚିତ।” ସେ ଆହୁରି କହିଛନ୍ତି ଯେ, “ପାକିସ୍ତାନରେ ISIS ଯେପରି କାମ କରେ ସେହିପରି RSS ଏଠାରେ କାମ କରିବା ଆରମ୍ଭ କରୁଛି କି? RSS ସଦସ୍ୟମାନେ ସ୍ପଷ୍ଟ କରିବା ଉଚିତ ଯେ ଏହା ଏକ ଆତଙ୍କବାଦୀ ସଂଗଠନ କି ନାହିଁ।” ପ୍ରକାଶ ଯୋଗ୍ୟ ଯେ, ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, କେରଳର କାସରଗୋଡ ଜିଲ୍ଲାରେ ବରିଷ୍ଠ ଆରଏସଏସ ନେତା କେ. ପ୍ରଭାକର ଭଟ୍ଟ କହିଥିଲେ ଯେ, ଆତ୍ମରକ୍ଷା ପାଇଁ ହିନ୍ଦୁମାନେ ଘରେ ଖଣ୍ଡା ଏବଂ ଛୁରୀ ରଖିବା ଉଚିତ। ତାଙ୍କ ବୟାନ ଉପରେ କଂଗ୍ରେସ ନେତା ହୁସେନ ଦଲୱଇ ଆରଏସଏସକୁ ଟାର୍ଗେଟ କରି ଏହାକୁ ଏକ ଆତଙ୍କବାଦୀ ସଂଗଠନ ବୋଲି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button