ଆସୁଛି ଲଘୁଚାପ, ହୋଇପାରେ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ବର୍ଷା। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସେହି ଅନୁସାରେ ଆସନ୍ତାକାଲି ଶନିବାର ୨୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ୨୪ରେ ଅବପାତ ଓ ପରବର୍ତ୍ତୀ ୩ ଦିନ ମଧ୍ୟରେ ଏହା ଘନିଭୂତ ହେବ ବୋଲି ଜଣାପଡିଛି। ତେବେ ଏହି ସମୟରେ ଏହା ବାତ୍ୟାକୁ ରୂପାନ୍ତରିତ ହେବ ବୋଲି ଅନୁମାନ କରାଯାଇଛି। ତେବେ ଏ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ବାତ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ନ ମିଳିଥିଲେ ମଧ୍ୟ ଲଘୁଚାପ ସୃଷ୍ଟି ହେବା ନିଶ୍ଚିତ। ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ବିଲରେ ପାଚିଲା ଧାନ ଥିବାରୁ ଚାଷୀକୂଳକୁ ଏହି ବର୍ଷା ବଡ କ୍ଷତି କରିବ ବୋଲି ଅନୁମାନ କରାଯାଇଛି।



