କାର୍ଡ଼ କଟିଯିବା ଭୟରେ E-KYC ପାଇଁ ଲମ୍ବା ଲାଇନ୍

ଭୁବନେଶ୍ୱର: ଗାଁଠୁ ସହର ସବୁଠି E-KYC ପାଇଁ ଲମ୍ବା ଲାଇନ୍‌ । E-KYC ନକଲେ ରାସନ ସାମଗ୍ରୀ ହିତାଧିକାରୀଙ୍କୁ ମିଳିବନି । ଏନେଇ କଣ୍ଟ୍ରୋଲ ଡିଲରଙ୍କ ପାଖରେି ହିତାଧିକାରୀ ଲାଇନ ଲଗାଉଛନ୍ତ। ହେଲେ ଡିଲରମାନେ ଟୁ-ଜି ସପୋର୍ଟ ମେଶିନ ବ୍ୟବହାର କରୁଥିବାରୁ ଲିଙ୍କ ଫେଲ ସମସ୍ୟା ଦେଖାଦେଉଛି । ଯେଉଁଥିପାଇଁ କଣ୍ଟ୍ରୋଲ ଡିଲରଙ୍କ ପାଖରେ ଲମ୍ବା ଧାଡ଼ି ଦେଖିବାକୁ ମଳିଛି । କଟକରେ ଏଭଳି ସମସ୍ୟା ଦେଖାଦେଇଥିବା ବେଳେ ମାସେ ମଧ୍ୟରେ ଇ-କେୱାଇସି ପ୍ରକ୍ରିୟା କେମିତି ସରିବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଅନ୍ୟପକ୍ଷେ ଏହାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ମିଳିବ ନୂଆ ରାସନ କାର୍ଡ। ବିଧାନସଭା ଅଧିବବେଶନ ଚାଲିଥିବା ବେଳେ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏଭଳି ସୂଚନା ଦେଇଛନ୍ତି। E-KYC ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ଏସରକାର KYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ  ଯୋଗ୍ୟ ହିତାଧତକାରୀ ଏହି ସୁବିଧା ପାଇବେ। ପୂର୍ବରୁ ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାଶନ କାର୍ଡଧାରୀ ଚିହ୍ନଟ ହୋଇଥିଲେ। ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଥିଲେ। ୬ ଲକ୍ଷ ୧୯ ହଜାର ୮୩୬ ରାଶନ କାର୍ଡ ପାଇଁ ଆବେଦନ କରିଛନ୍ତି। କୌଣସି କାରଣରୁ ରାଶନ କାର୍ଡ କଟିଥିଲେ ପୁଣି ଆବେଦନ କରିପାରିବେ। ସରକାର KYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ବୋଲି ମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button