ରାଜ୍ୟରେ ଆଉ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର: ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ବିଧାନସଭାରେ ଏନେଇ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଭିନ୍ନ କାରଣରୁ ରାଜ୍ୟର ଅନେକ ମଦ ଦୋକାନକୁ ବନ୍ଦ କରାଯାଇଛି । ସେହିଭଳି ୫ ବର୍ଷରେ ୧.୬୬ ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଛି । ସେହିପରି ୫୨ ହଜାର ୨୩୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଚଳିତବର୍ଷ ନଭେମ୍ବର ସୁଦ୍ଧା ୨୨ ହଜାର ୩୮୦ କେଜି ଗଞ୍ଜେଇ ଜବତ ହୋଇଛି । ୪୩୬୪ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । କନ୍ଧମାଳରେ ୩୬୪୯, ବୌଦ୍ଧରେ ୩୩୭ ଏକର ଜମିରେ ଗଞ୍ଜେଇ ନଷ୍ଟ କରାଯାଇଛି ।



