ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ

ଭୁବନେଶ୍ୱର : କୋଭିଡ଼ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକାସ୍ ହେଲ୍‌ଥ ଏଣ୍ଡ ୱଲ୍‌ନେସ୍ ଗ୍ରୁପ୍ ଙ୍କ ମିଳିତ ସହଯୋଗରେ “ଅମୃତ ଧାରା” ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳି ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି |

ଗତକାଲି ଏହାର ଉନ୍ମୋଚନ ଅବସରରେ ବିଧାୟକ ସୁଶାନ୍ତ କୁମାର ରାଉତ, ଡ଼ା. ପ୍ରିୟବ୍ରତ ଧିର୍, ସ୍ପର୍ଶ ହସ୍ପିଟାଲ୍ ମୁଖ୍ୟ ପରିଚାଳକ, ସବ୍ୟସାଚୀ ମିଶ୍ର, ଅଭିନେତା ତଥା ସମାଜସେବୀ, ଡ଼ା. ଅବିନାଶ ସାମଲ, ଏମ୍ପ୍ରିଓ ଗୃପର ମୁଖ୍ୟ, ଡ଼ା ଅମ୍ରିତ ପାଟ୍ଟଯୋଶୀ, ପ୍ରଫେସର୍ ହାଇଟେକ ମେଡିକାଲ, ପ୍ରଭିନ୍ ଅଗରୱାଲ୍, ସମାଜସେବୀ ଏବଂ ଯୋନାଲ୍ ଡେପୁଟି କମିଶନର ପୁରନ୍ଦର୍ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ |

ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଓଡ଼ିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ପଟିଆ ବିଗବଜାର ସ୍ଥିତ ‘ ତ୍ରିଷ୍ଣା ବ୍ୟାଙ୍କୁଏଟ୍ ‘ ଠାରେ ଆରମ୍ଭ କରାଯାଇଛି | ଅକ୍ସିଜେନ୍ ଅବଶ୍ୟକତା ଥିବା କୋଭିଡ଼ ରୋଗୀଙ୍କୁ ଏକ ଅନୁମୋଦିତ କୋଭିଡ୍ ହସ୍ପିଟାଲ୍ ରେ ବେଡ଼୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇଦେଇ ତାଙ୍କୁ ହାଇପୋକ୍ସିୟା (ବ୍ଲଡ୍ ଅମ୍ଳଜାନ ସ୍ତରରେ ଡ୍ରପ୍) ରୁ ବଞ୍ଚାଯାଇ ପାରିବ | ଏହା କୋଭିଡ୍ ଜନିତ ଚିକିତ୍ସା କେନ୍ଦ୍ର ନହେଲେ ମଧ୍ୟ ଡ଼ାକ୍ତର ଏବଂ ନର୍ସଙ୍କ ଉପସ୍ଥିତି ଓ ପରାମର୍ଶରେ ଏକ ରୁ ଦୁଇ ଘଣ୍ଟା ଯାଏ ରୋଗୀଙ୍କୁ ଅମ୍ଳଜାନ ଦିଆଯିବ | ଏହି ଆଶ୍ରୟ ସ୍ଥଳରେ ଅମ୍ଳଜାନ ସହ ଖାଦ୍ୟ, ଆବଶ୍ୟକ ସ୍ଥଳେ ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇଦିଆଯିବ | ଆଗାମୀଦିନରେ ଏହା ପୋଷ୍ଟ କୋଭିଡ୍ ସେଣ୍ଟର ଭାବରେ କାର୍ଯ୍ୟ କରିବା ବୋଲି ସୂଚନା ମିଳିଛି |

ଏହି ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ସହ ଯୋଗାଯୋଗ କରିବାପାଇଁ ଦୁଇଟି ନମ୍ୱର୍ ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ଜାରି ହୋଇଛି | ଏହି କେନ୍ଦ୍ର ମାଧ୍ୟମରେ ଅନେକ ଲୋକ ଉପକୃତ ହେବା ସହ ‘ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକାସ୍ ହେଲ୍‌ଥ ଏଣ୍ଡ ୱଲ୍‌ନେସ୍ ଗ୍ରୁପ୍ ‘, ସ୍ପର୍ଶ ହସ୍ପିଟାଲର କର୍ତ୍ତୁପକ୍ଷ ଏବଂ ବିଏମସିକୁ ସହଯୋଗ ପାଇଁ ଧନ୍ୟବାଦ୍ ଜଣାଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର |

Related Articles

Leave a Reply

Your email address will not be published.

Back to top button