ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: CRPFର ସବ୍ ଇନସ୍ପେକ୍ଟର ସହିଦ, ଯବାନ ଗୁରୁତର

ଭୁବନେଶ୍ବର: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସିଆର୍‌ପିଏଫ୍‌ ର ଜଣେ ସବ୍ ଇନସ୍ପେକ୍ଟର ସହିଦ । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରିଛନ୍ତି । ଏଥିରେ ସିଆର୍‌ପିଏଫ୍‌ର ଜଣେ ସବ୍ ଇନସ୍ପେକ୍ଟର ସୁନୀଲ କୁମାର ମଣ୍ଡଳ ସହିଦ ହୋଇଛନ୍ତି । ଯବାନ ପାର୍ଥ ପ୍ରତୀମ ଦେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ସରଣ୍ଡା ଜଙ୍ଗଲର ମାରାଙ୍ଗପୋଙ୍ଗାଠାରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ହଠାତ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା । ଏଥିରେ ସିଆରପିଏଫ୍ ୧୯୭ ବାଟାଲିୟନର ଦୁଇଜଣ ଗୁରୁତର ହୋଇଥିଲେ । ଉଭୟଙ୍କୁ ଛୋଟାନାଗରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାଞ୍ଚି ନିଆଯାଇଥିଲା । ରାଞ୍ଚିରେ ଚିକିତ୍ସାଧୀନ ଅବସ୍ଥାରେ ସୁନୀଲ ମଣ୍ଡଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନାଥାଉକି,ଗତ ୧୮ତାରିଖ ଦିନ ଜରାଇକେଲାର ରାଧା ପାହାଡରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଯୋଗୁଁ ଜଣେ ସିଆର୍‌ପିଏଫ୍‌ 134 ବାଟାଲିୟନର ସବ୍ଇନ୍‌ସ୍ପେକ୍ଟର ସୁବୋଧ କୁମାର ଗୁରୁତର ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button