ଚାକିରି ବଦଳରେ ଜମି ମାମଲା: ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ଚାକିରି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାରର ସମସ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ କମ୍ପାନୀ ସମେତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ନାମ ଅଭିଯୁକ୍ତ ଭାବରେ ଅନ୍ତର୍ଭୁକ୍ତ ହୋଇଛି। ଜୁଲାଇ ୧୨ ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ଶୁଣାଣି କରିବେ। ଜମି ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିସାରିଛି। ସିବିଆଇ ଅଦାଲତକୁ କହିଛି ଯେ, ପୂର୍ବରୁ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲେ ହେଁ ଏହି ମାମଲା ଏକ ଭିନ୍ନ ଅଭିଯୋଗ ପତ୍ର ଦାଖଲ କରାଯାଇଛି। କାରଣ ଏହି ମାମଲା ଭିନ୍ନ ପ୍ରକାରର କାର୍ଯ୍ୟପ୍ରଣାଳୀରେ କରାଯାଇଛି।

Related Articles

Leave a Reply

Your email address will not be published.

Back to top button