ଅସୁସ୍ଥ ପରେ ହସପିଟାଲରେ ଭର୍ତ୍ତି ହେଲେ ଲାଲ କୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏଲ.କେ ଆଡଭାନୀଙ୍କୁ ନିୟମିତ ଯାଞ୍ଚ ପାଇଁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ସେ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହାପୂର୍ବରୁ ଅଗଷ୍ଟ ମାସରେ ଆଡଭାନୀଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ମାସରେ ମଧ୍ୟ ଦେଶର ପୂର୍ବତନ ଗୃହମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀର ଏମସ୍  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡକ୍ଟର ଆମ୍ଲେଶ ସେଥଙ୍କ ତତ୍ତ୍ବାବଧାନରେ ତାଙ୍କୁ ଏମସରେ ଚିକିତ୍ସା କରାଯାଇଥିଲା। ସେତେବେଳେ ଆଡଭାନୀଙ୍କୁ ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button