କିଟ୍ ଛାତ୍ରୀ ମୃତ୍ୟୁ ଘଟଣା : ରିମାଣ୍ଡରେ ଆସିବ ଅଭିଯୁକ୍ତ

ଭୁବନେଶ୍ୱର: ରିମାଣ୍ଡରେ ଆସିବ କିଟ୍‌ରେ ଛାତ୍ରୀ ମୃତ୍ୟୁ ଘଟଣାର ଅଭିଯୁକ୍ତ। ହାଦବିକ୍ ଶ୍ରୀବାସ୍ତବକୁ ରିମାଣ୍ଡରେ ଆଣିବା ପାଇଁ ଆଜି କୋର୍ଟରେ ଆବେଦନ କରିବ ପୋଲିସ। ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ନିକଟରେ ଆଜି ଆବେଦନ କରିବ ଇନଫୋସିଟି ଥାନା ପୋଲିସ ।  ସେପଟେ ମୃତ ଛାତ୍ରୀଙ୍କ ନିକଟରୁ ଜବତ ମୋବାଇଲ ଓ ଲାପ୍‌ଟପ୍‌ରୁ ତଥ୍ୟ ଜାଣିବା ପାଇଁ ରାଜ୍ୟ ଫରେନସିକ୍ ଲାବକୁ ପଠାଇଲା ପୋଲିସ । ଅନ୍ୟପଟେ  କିଟ୍ ଆନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ ଆଇଆରଓ,  ହଷ୍ଟେଲ୍ ୱାଡେନକୁ ଜେରା କରିବା ପାଇଁ ନୋଟିସ କରାଯାଇଛି ।   ସେପଟେ ସାମ୍ନାକୁ ଆସିଛି ଛାତ୍ରୀ ମୃତ୍ୟୁ ପରର ଭିଡିଓ। ଛାତ୍ରୀ ରହୁଥିବା ଘରର କବାଟ ଭାଙ୍ଗି ଭିତରକୁ ପଶୁଛନ୍ତି ତାଙ୍କ ସହପାଠୀ । ଏହା ପରେ ସେଠାରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଉଛି  ।

Related Articles

Leave a Reply

Your email address will not be published. Required fields are marked *

Back to top button