କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ବର: ଚଳିତ ମାସ ୨୦ ତାରିଖ ସଂନ୍ଧ୍ୟା ୮ଟାରେ ପୂର୍ବ କାର୍ଯ୍ୟ ସୂଚୀ ଅନୁସାରେ କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ୟୁନିଟ୍- ୯ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ତ଼ଃ ଅଭୟ କୁମାର ପରିଡ଼ା (ସତସଙ୍ଗ ବିହାର ମୂଖ୍ୟ), ଡଃ ପ୍ରଫୁଲ୍ଲ କୁମାର ମହାନ୍ତି, (ଜେନେରାଲ ସେକ୍ରେଟାରୀ, ଜିଏଚଆରଟି, ଓଡ଼ିଶା), ଶୈଳଭାମା ମହାପାତ୍ର ( କଣ୍ଠଶିଳ୍ପୀ), ଅଜିତ୍ କୁମାର ଦାଶ, ଡଃ ମାନସ କୁମାର ଦାଶ, ସମେତ କେଶରୀୟା ହିନ୍ଦୁ ବାହିନୀର ମୁଖ୍ୟ ଉପଦେଷ୍ଟା ପୀୟୂଷ ମହାନ୍ତି, ପ୍ରତିଷ୍ଠାତା ରୁଦ୍ରନାରାୟଣ ଜିତ ବାବୁ, କାର୍ଯ୍ୟକାରୀଣି ସଭାପତି ଆର୍ଯ୍ୟବ୍ରତ ସାମଲ, ମାର୍ଗଦର୍ଶକ ପ୍ରସନ୍ନ ମହାନ୍ତି, ମିଡ଼ିଆ ପ୍ରଭାରି ସୁଶାନ୍ତ କୁମାର ଦାସ, ମିଡ଼ିଆ ପ୍ରଭାରି ଗୋଲକ ବିହାରୀ ଦୀକ୍ଷିତ, ସାଂସ୍କୃତିକ ପ୍ରକୋଷ୍ଠ ଅଧ୍ୟକ୍ଷ ସରୋଜ କୁମାର ଜେନା ସଭା ପରିଚାଳନା କରିଥିଲେ। ଯୁବମୋର୍ଚ୍ଚା ଅଧ୍ୟକ୍ଷ ପ୍ରଣବ ଦାସ, କୋଷାଧ୍ୟକ୍ଷ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

 

Related Articles

Leave a Reply

Your email address will not be published. Required fields are marked *

Back to top button