ଦାରିଦ୍ର୍ୟମୁକ୍ତ ରାଜ୍ୟ ଘୋଷିତ ହେଲା କେରଳ

ନୂଆଦିଲ୍ଲୀ: ଦେଶର ପ୍ରଥମ ରାଜ୍ୟ କେରଳ ଦାରିଦ୍ର‌୍ୟମୁକ୍ତ ଭାବେ ଘୋଷିତ ହୋଇଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ  ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ କେରଳ ରାଜ୍ୟକୁ ‘ଅତି ଦାରିଦ୍ର‌୍ୟ’ ବର୍ଗରୁ ସମ୍ପୂର୍ଣ୍ଣ ମୁକ୍ତ ଘୋଷଣା କରିଛନ୍ତି। ଏପରି ଘୋଷଣା କରିବାରେ କେରଳ ପ୍ରଥମ ଭାରତୀୟ ରାଜ୍ୟ ସାଜିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୟନ୍ ଚଳିତ ବର୍ଷର ‘କେରଳ ପିରାଭି’କୁ କେରଳ ପାଇଁ ଏକ ନୂତନ ଯୁଗର ଜନ୍ମ ବୋଲି ଅଭିହିତ କରିଛନ୍ତି। ବିଜୟନ୍ ବିଧାନସଭାରେ ସୂଚନା ଦେଇ କହିଛନ୍ତି, ଭଗବାନ୍‌ଙ୍କ ନିଜ ସହର ‘କେରଳ’ ଏବେ ଅତି ଦାରିଦ୍ର‌୍ୟ ସୀମାରୁ ଉପରକୁ ଉଠିଛି। ଫଳରେ କେରଳ ରାଜ୍ୟ ଏବେ ଅତି ଦାରିଦ୍ୟମୁକ୍ତ ହୋଇପାରିଛି। ଏହି ଅବସରରେ ବିଜୟନ୍ ଏଦିଗରେ ତାଙ୍କ ସରକାର ଗତ ଚାରି ବର୍ଷ ଧରି ଜାରି ରଖିଥିବା ଦୀର୍ଘ ପ୍ରକ୍ରିୟା ବିଷୟରେ ମଧ୍ୟ ବିସ୍ତୃତ କହିଥିଲେ। ଅତ୍ୟନ୍ତ ଦାରିଦ୍ର‌୍ୟ ଦୂରୀକରଣ ପ୍ରକଳ୍ପ (ଇପିଇପି) କାର୍ଯ୍ୟକାରୀ କରିବା ୨୦୨୧ରେ ବର୍ତ୍ତମାନର ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (ଏଲ୍‌ଡିଏଫ୍‌)ର ପ୍ରଥମ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ଶ୍ରୀ ବିଜୟନ୍ କହିଛନ୍ତି ଯେ ସରକାର ଯୋଜନା କାର୍ଯ୍ୟକାରୀ କରିବା ପାଇଁ ତାଙ୍କ ସରକାର ୧,୦୦୦ କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି। ତେବେ ଦାରିଦ୍ର‌୍ୟମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ କେହି ଯେପରି ପୁଣି ଥରେ ଅତି ଦାରିଦ୍ର‌୍ୟ ଭିତରକୁ ନ ପଡ଼ନ୍ତି, ସେଥିପାଇଁ ପଦକ୍ଷେପ ନିଆଯିବା ଉଚିତ। ଏଥିପାଇଁ ସମୟ ସମୟରେ ଉପଯୁକ୍ତ ଯାଞ୍ଚ କରାଯିବା ଆବଶ୍ୟକ।

Related Articles

Leave a Reply

Your email address will not be published. Required fields are marked *

Back to top button