କେଜ୍ରିୱାଲଙ୍କୁ ଝଟକା, ଜାମିନ ଉପରେ ରୋକ୍

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବେଲ୍ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଲାଗିଛି ଝଟକା। ଏହି ମାମଲା ଉପରେ ରାଉଜ ଆଭେନ୍ୟୁ କୋର୍ଟ ଦେଇଥିବା ବେଲ୍ ଅର୍ଡର ଉପରେ ରୋକ୍ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଆବେଦନ ଉପରେ ଶୁଣାଣି ନ ସରିବା ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜାମିନରେ ଯାଇ ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି, ଗତକାଲି ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଦେଇଥିବା ଜାମିନ ନିର୍ଦ୍ଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ଇଡି। ଆଜି ଏହି ମାମଲା ଉପରେ ଶୁଣାଣି କରାଯାଉଛି। ଶୁଣାଣି ଶେଷ ନ ହେବା ପର୍ୟ୍ୟନ୍ତ ବେଲରେ ବାହାରି ପାରିବେନି କେଜ୍ରିୱାଲ।

ବାସ୍ତବରେ, ବର୍ତ୍ତମାନ ବାତିଲ ହୋଇଥିବା ଦିଲ୍ଲୀ ଏକ୍ସାଇଜ୍ ପଲିସି ୨୦୨୧-୨୨ ରେ ହୋଇଥିବା ଅନିୟମିତତା ଅଭିଯୋଗରେ ଅର୍ଥ ହେରଫେର ମାମଲାରେ ସିଏମ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ରେ ଗିରଫ କରାଯାଇଥିଲା। ଏହାପୂର୍ବରୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତାଙ୍କୁ ମଇ ୧୦ ରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ଜୁନ୍ ୨ ତାରିଖରେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ଏଥିସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ସଚିବାଳୟକୁ ନ ଯିବାକୁ କୋର୍ଟ ତାଙ୍କୁ କହିଥିଲେ।

Related Articles

Leave a Reply

Your email address will not be published.

Back to top button