ମ୍ୟାଟ୍ରିକ୍ ପରିକ୍ଷାରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ ଓ କନିକା ମାଟ୍ରିକ ରତ୍ନ ସମ୍ମାନ ଉତ୍ସବ

କେନ୍ଦ୍ରାପଡା / ରାଜକନିକା : ମ୍ୟାଟ୍ରିକ୍ ପରିକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ ଓ କନିକା ମାଟ୍ରିକ ରତ୍ନ ସମ୍ମାନ ପ୍ରଦାନ | ଆୟୋଜନ କରିଥିଲେ ରାଜକନିକାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଶିଷ୍ୟ’ ଷ୍ଟଡିସେଣ୍ଟର |

ରାଜକନିକା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଶିଷ୍ୟ’ ଷ୍ଟଡିସେଣ୍ଟର ଆୟୋଜନରେ ସ୍ଥାନୀୟ କାଳିକାପୁର ସ୍ଥିତ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଚଳିତବର୍ଷ ମ୍ୟାଟ୍ରିକ୍ ପରିକ୍ଷାରେ ସର୍ବାଧିକ ମାର୍କ ରଖିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା | ଏବଂ ତତ ସଂଗେ ସଂଗେ କନିକା ମାଟ୍ରିକ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା | ‘ଶିଷ୍ୟ’ର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଜୟ ବେହୁରାଙ୍କ ଆୟୋଜନରେ ରାଜକନିକା ବ୍ଲକର ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଏହି ସମ୍ବର୍ଦ୍ଧନା ସଭା କରାଯାଇଥିଲା | ଏହି ବର୍ଣ୍ଣାଢ୍ୟ ପରିବେଶରେ ଅତିଥି ଭାବେ ଯୋଗଦେଇଥିଲେ ରାଜକନିକା ବିଇଓ ସରୋଜ କାନ୍ତ ବିହାରୀ, ରାଜକନିକା ଥାନା ଅଧିକାରୀ ଉମାକାନ୍ତ ନାୟକ, ବରିଷ୍ଠ ଶିକ୍ଷା ବିତ୍ କାଳିପ୍ରସାଦ ନାୟକ ଏବଂ କୈଳାଶ ଚନ୍ଦ୍ର ସାହୁ | କୋଭିଡ୍ କଟକଣା ଅନୁଯାୟୀ ଏହି ସଭାକାର୍ଯ୍ୟ ସମ୍ପାଦନା ହୋଇଥିଲା | ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ବାରିହେଇପଡିଥିଲା |

 

Related Articles

Leave a Reply

Your email address will not be published.

Back to top button