୮ ରନରେ ହାରିଲା କଙ୍ଗାରୁ, ୩୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ଜିତିଲା ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ: ବ୍ରିସବେନ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ଅତ୍ୟନ୍ତ ରୋମାଞ୍ଚକର ଟେଷ୍ଟରେ କାରିବିଆନ୍ ଦଳ ୮ ରନ୍ ରେ ଜିତିଛି। ଅଷ୍ଟ୍ରେଲିଆକୁ ୨୧୬ ରନ୍ ର ଲକ୍ଷ୍ୟ ଥିଲା, କିନ୍ତୁ କଙ୍ଗାରୁ ଦଳ ମାତ୍ର ୨୦୭ ରନ୍ ରେ ଅଟକିଯାଇଥିଲା। ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଷ୍ଟିଭ୍ ସ୍ମିଥ୍ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ୱେଷ୍ଟଇଣ୍ଡିଜ୍ ବୋଲରମାନେ ଘାତକ ବୋଲିଂ ପ୍ରଦର୍ଶନ କରି ମ୍ୟାଚ ନିଜ ନାମରେ କରିଥିଲେ। ତେବେ ୱେଷ୍ଟଇଣ୍ଡିଜ୍ ପ୍ରାୟ ୩୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଜିତିଛି। ଜିତିବା ପାଇଁ ଅଷ୍ଟ୍ରେଲିଆ ୨୧୬ ରନ୍ ଲକ୍ଷ୍ୟ ରଖିଥିଲା। ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନମାନେ ନିୟମିତ ବ୍ୟବଧାନରେ ପାଭିଲିୟନ ଫେରୁଥିଲେ। ତେବେ ଷ୍ଟିଭ୍ ସ୍ମିଥ୍ ଗୋଟିଏ ପାର୍ଶ୍ଵରେ ଜମିରହିଥିଲେ। ୧୪୬ ବଲରେ ୯୧ ରନ୍ ସ୍କୋର କରିବା ପରେ ଷ୍ଟିଭ ସ୍ମିଥ ଅପରାଜିତ ଫେରିଥିଲେ। କିନ୍ତୁ ଅଷ୍ଟ୍ରେଲିଆର ପରାଜୟକୁ ଏଡାଇ ପାରିଲା ନାହିଁ। କଙ୍ଗାରୁ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ୪୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ, କିନ୍ତୁ ତାଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ। ତେଣୁ ଅଷ୍ଟ୍ରେଲିଆ ଦଳ ଲକ୍ଷ୍ୟଠାରୁ ୮ ରନ୍ ଦୂରରେ ରହିଯାଇଥିଲା। ୱେଷ୍ଟଇଣ୍ଡିଜ ପାଇଁ ଶେମର ଜୋସେଫ ସବୁଠାରୁ ସଫଳ ବୋଲର ଥିଲେ। ଶେମର ଜୋସେଫ ୭ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କର ଶିକାର କରିଥିଲେ। ଏହା ବ୍ୟତୀତ ଅଲଜାରୀ ଜୋସେଫ ୨ ଟି ସଫଳତା ପାଥିଲେ। ଜଷ୍ଟିନ ଗ୍ରେଭସ୍ ୧ ୱିକେଟ୍ ନେଇଥିଲେ।

Related Articles

Leave a Reply

Your email address will not be published.

Back to top button