ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

ଭୁବନେଶ୍ବର: ପୁଣି ବିଜେଡିକୁ ଧକ୍କା। କାରଣ ବିଜେଡି ଛାଡି ଆଜି ବିଜେପିରେ ଯୋଗଦେଇଛନ୍ତି ଲମ୍ବୋଦର ନିଆଲ। ନୂଆପଡାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲମ୍ବୋଦର ବିଜେପିରେ ସାମିଲ ହୋଇଛନ୍ତି। ସେ ଗତ ନିର୍ବାଚନରେ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିଲେ। ହେଲେ ସେଠାରେ ବିଜେପିର ମାଳବିକା ଦେବୀ ବିଜୟ ହୋଇଥିଲେ। ମାଳବିକା 50 ପ୍ରତିଶତ ଭୋଟ ପାଇଥିବା ବେଳେ ନିଆଳ 40 ପ୍ରତିଶତ ଭୋଟ ହାସଲ କରିଥିଲେ। ହେଲେ ନିର୍ବାଚନ ପରେ ବିଜେଡି ତାଙ୍କୁ ଅଣଦେଖା କରିଆସିଲା। ଏପରିକି ନୂଆପଡା ଉପନିର୍ବାଚନରେ ତାଙ୍କୁ କୌଣସି କଥା ପଚରାଗଲା ନାହିଁ। ଫଳରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ବସନ୍ତ ପଣ୍ଡା, ମନ୍ତ୍ରୀ ବିଭୂତି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button