ଜେପି ନଡ୍ଡା ଓଡ଼ିଶାବାସୀଙ୍କୁ ଜଣାଇଲେ କୃତଜ୍ଞତା

ଭୁୁବନେଶ୍ବର: ପୁରୀ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ। ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ବଧାଇ ଜଣାଇଛନ୍ତି। ନଡ୍ଡା କହିଛନ୍ତି, ଓଡ଼ିଶାକୁ ବିକାଶ ପଥରେ ନେବାରେ ଭାଜପା କୌଣସି ସୁଯୋଗ ଛାଡ଼ିବନି। ଲୋକ ସଭା ସିଟ ଡବଲ କରିବାକୁ କହିଥିଲି, ଆପଣମାନେ ୨୦ ସିଟ ଦେଲେ। ଲୋକସଭା ପାଇଁ ୪୫% ଭୋଟ ଦେଲେ, ଆପଣମାନଙ୍କୁ କୃତଜ୍ଞତା। ବିଧାନସଭାରେ ୪୦.୭% ଭୋଟ ସହ ସରକାର ଗଠନ ସୁଯୋଗ ଦେଲେ। ଏଥିସହ ନଡ୍ଡା କଂଗ୍ରେସ ଉପରେ ବର୍ଷିଛନ୍ତି। କହିଛନ୍ତି, ଆଜି ଦେଶରେ ୧୮ଟି ରାଜ୍ୟରେ ଏନଡିଏ, ୧୩ ରାଜ୍ୟରେ ଭାଜପା ସରକାର ରହିଛି।ଦେଶର ୫୭% ଭୂଭାଗରେ ଭାଜପାର ସରକାର ଚାଲିଛି। କଂଗ୍ରେସ ଅମରିଲତା ପରି, ପର ଭରସାରେ ବଞ୍ଚିଛି। ପରଜୀବୀ ଭଳି ଅନ୍ୟ ପାର୍ଟି ସହାୟତାରେ କଂଗ୍ରେସ ସିଟ ଜିତିଛି। ସହଯୋଗୀଙ୍କ ଭୋଟ ଖାଇ ନିଜକୁ ବଞ୍ଚାଇ ରଖିଛି କଂଗ୍ରେସ।

Related Articles

Leave a Reply

Your email address will not be published.

Back to top button