ରାଜ୍ୟ ବିଜୁ ମହିଳା ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ଏବଂ ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରକ୍ତ ସଙ୍କଟକୁ ଦୂର କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟ ବିଜୁ ମହିଳା ଜନତା ଦଳ ତରଫରୁ ଜୀବନ ବିନ୍ଦୁ ଏବଂ ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି ।

ରାଜ୍ୟ ମହିଳା ସମ୍ପାଦିକା ସୁଲତା ଦେଓ, ସଭାପତି ପୁଷ୍ପାଞ୍ଜଳି ରଣା, ମହିଳା ସହ-ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ଜେନା , ଉପ -ସଭପରି ସୁରଭି ଜେନା , ଭକ୍ତିମୟୀ କର, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଏବଂ ରାଜ୍ୟ ବିଜେଡି ମହିଳା ଉପସଭାପତି ପ୍ରମିଳା ସାମଲ ଇତ୍ୟାଦି ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିବା ସହ ରକ୍ତଦାନ କରି ଏହି ଶିବିରକୁ ସଫଳ କରିଥିଲେ ।

ତତ ସଂଗେ ସଂଗେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବିଭାଇ) । ”ବବି ଭାଇଙ୍କ ଉପସ୍ଥିତି ଓ ମାର୍ଗଦର୍ଶନ ଆମ ସମସ୍ତଙ୍କ ପାଇଁ ଉତ୍ସାହ ଓ ପ୍ରରଣାଦାୟୀ ଥିଲା” ବୋଲି ରାଜ୍ୟ ବିଜେଡି ମହିଳା ଉପସଭାପତି ପ୍ରମିଳା ସାମଲ ସୂଚନା ଦେଇଛନ୍ତି |

Related Articles

Leave a Reply

Your email address will not be published.

Back to top button