ଝାରସୁଗୁଡ଼ା ଉପନିର୍ବାଚନ:ଏବେ ପ୍ରଚାର ଉପରେ ସବୁଦଳର ଫୋକସ୍‌

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ଏବେ ପ୍ରଚାର ବେଳ । ତିନି ପ୍ରମୁଖ ଦଳର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଗତକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ଭରିଛନ୍ତି । ନେତା, କର୍ମୀଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ତଥା ନବ ଦାସଙ୍କ ଝିଅ ଦୀପାଳି ଦାସ । ଏଥିପାଇଁ ଝାରୁସୁଗୁଡାରେ ବିରାଟ ପଟୁଆର କରି ଶକ୍ତିପ୍ରଦର୍ଶନ କରିଛି ବିଜେଡି । ଅନ୍ୟପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବାବେଳେ ପୂର୍ବରୁ କଂଗ୍ରେସର ତରୁଣ ପାଣ୍ଡେ ନାମାଙ୍କନ ଭରି ସାରିଛନ୍ତି । ତିନିଦଳର ପ୍ରାର୍ଥୀଙ୍କ ନାମାଙ୍କନ ପରେ ଏବେ ପ୍ରଚାର ଉପରେ ସବୁଦଳ ଫୋକସ କରିବେ । ଆଜି ଠାରୁ ପ୍ରଚାର ମୈଦାନ ଧୀରେ ଧୀରେ ଜମିବ । ତିନି ଦଳ ନିଜର ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବେ । ଆଉ ଏବେ ପ୍ରଚାରକୁ ଆଗକୁ ନେବା ପାଇଁ ରାଜ୍ୟସ୍ତରର ନେତା ବି ଝାରସୁଗୁଡାରେ ଡେରା ପକାଇଛନ୍ତି । ଭୋଟ ମେ ୧୦ ତାରିଖରେ ପଡିବ ଓ ରେଜଲ୍ଟ ୧୩ ତାରିଖରେ ଆସିବ ।

Related Articles

Leave a Reply

Your email address will not be published.

Back to top button