ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ: 100 ପର୍ସେଣ୍ଟାଇଲ ରଖି କମାଲ କଲେ ଭୁବନେଶ୍ୱରର ଜାଆଁଳା ଦୁଇଭାଇ ମହରୁଫ ଓ ମସରୁର

ଭୁବନେଶ୍ବର: ଜେଇଇ ମେନ-2026 ପରୀକ୍ଷାରେ ଜାଆଁଳା ଦୁଇ ଭାଇଙ୍କ କମାଲ । ଭୁବନେଶ୍ୱରର ଦୁଇ ଭାଇ ମହରୁଫ ଏବଂ ମସରୁର ଅହମଦ ଖାନ ଦୁଇ ଭାଇ ଜେଇଇ ମେନ ପ୍ରଥମ ସେସନରେ 100 ପର୍ସେଣ୍ଟାଇଲ ରଖିଛନ୍ତି । ଫଳାଫଳ ଜାଣିବା ପରେ ଘରେ ଖୁସିର ଲହରୀ ଖେଳି ଯାଇଛି । ଦୁଇ ଭାଇ ରାଜସ୍ଥାନର କୋଟାରେ ରହି ପଢୁଥିଲେ । ମସରୁର ଏବଂ ମହରୁଫ ଦୁଇ ଭାଇଙ୍କ ବାପା ମନସୁର ଅହମଦ ଖାନ ଜଣେ ଡାକ୍ତର । ସେ ଆଇଆଇଟି ଭୁବନେଶ୍ୱରରେ ମେଡିକାଲ ପ୍ରଭାରୀ ଏବଂ ଫିଜିସିଆନ ଅଛନ୍ତି । ବାପା-ମା ଡାକ୍ତର ହେଲେ ମଧ୍ୟ ପିଲାମାନେ ଇଞ୍ଜିନିୟର ହେବା ପାଇଁ ନିଷ୍ପତି ନେଇଥିଲେ । ଦୁଇ ଭାଇଙ୍କର ଅଙ୍କ ପ୍ରତି ବହୁତ ଆଗ୍ରହ ଥିଲା । ତାଙ୍କର ଆଗ୍ରହ ଦେଖି ବାପା-ମା ବାୟୋଲଜି ବଦଳରେ ମ୍ୟାଥମାଟିକ୍ସ ଦେଇଥିଲେ । ବାପା-ମାଙ୍କ କହିବା ଅନୁଯାୟୀ, ପାଠ ପଢାକୁ ନେଇ ପିଲାବେଳୁ ଦୁଇ ଭାଇଙ୍କ ମଧ୍ୟରେ ଖୁବ ପ୍ରତିଯୋଗିତା ଚାଲିଥାଏ । ଉଭୟ ଗୋଟିଏ ଷ୍ଟଡି ଟେବୁଲରେ ପଢନ୍ତି, ପରସ୍ପରକୁ ସାହାଯ୍ୟ ବି କରନ୍ତି । କିନ୍ତୁ ଜବରଦସ୍ତ ପ୍ରତିଯୋଗିତା ବି କରନ୍ତି । ସବୁଠାରୁ ମଜା କଥା ହେଲା ଉଭୟେ ସମାନ ନମ୍ବର ରଖନ୍ତି । ଜେଇଇ ମେନରେ ଉଭୟ 285 ସ୍କୋର ରଖିଛନ୍ତି । ଏମାନଙ୍କର ପର୍ସେଣ୍ଟାଇଲ 99.9984543 ଅଛି । ଜେଇଇ ଆଡଭାନ୍ସ ପାଇଁ ଉଭୟେ କ୍ରାକ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button