ମହିଳା ବିରୋଧୀ ହିଂସାକାରୀଙ୍କ ଠିକଣା ଜେଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ କଟକର ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରି ଜନସାଧାରଣକୁ ସମ୍ବୋଧନ କରି କହିଛନ୍ତି, ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି । ମହାପୁରୁଷଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇ ବୀର ସଂଗ୍ରାମୀମାନଙ୍କୁ ମଧ୍ୟ ପ୍ରଣାମ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଅନ୍ୟପଟେ, ମହିଳା ବିରୋଧୀ ହିଂସାକାରୀଙ୍କୁ ମୁଖ୍ୟମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି, ଆମ ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା । ଯେପର୍ଯ୍ୟନ୍ତ ମହିଳାଙ୍କ ବିକାଶ ହେବନି, ରାଜ୍ୟର ବିକାଶ ହୋଇପାରିବନି । ନାରୀ ସୁରକ୍ଷା ଓ ନାରୀ ସମ୍ମାନ ଆମ ପାଇଁ ସର୍ବାଗ୍ରେ । ମହିଳାଙ୍କ ସୁରକ୍ଷା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ । ନାରୀ ସୁରକ୍ଷାକୁ ନେଇ ଆମର ଶୂନ୍ୟ ସହନଶୀଳତା ନୀତି । ମହିଳା ହିଂସାରେ ଆମର ଦଣ୍ଡବିଧାନ ହାର କମ ଥିଲା । ଆମେ କ୍ଷମତାକୁ ଆସିବା ପରେ ଦଣ୍ଡବିଧାନ ହାର ବଢିଛି । ମହିଳା ବିରୋଧୀ ହିଂସାକାରୀଙ୍କ ଗୋଟିଏ ଠିକଣା ହେଉଛି ଜେଲ । ମହିଳା ବିରୋଧୀ ହିଂସାକୁ କଦାପି ବରଦାସ୍ତ କରାଯିବନି । ଅନେକ ନାରୀ କୈନ୍ଦ୍ରିକ ଯୋଜନା କରିଛି ଆମ ସରକାର । ପ୍ରଥମ କ୍ୟାବିନେଟରେ ସୁଭଦ୍ରା ଯୋଜନାକୁ ମଞ୍ଜୁରୀ ଦେଲୁ । ଲକ୍ଷପତି ଦିଦି ଯୋଜନାରେ ଓଡିଶା ଆଗରେ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button