ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ

ଭୁବନେଶ୍ବର: ଆଜି ନୂଆପଡା ଉପନିର୍ବାଚନରେ ବିଜୟ ଲାଭ କରିଥିବା ଜୟ ଢୋଲକିଆ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ବିଧାନସଭାରେ ବାଚସ୍ପତି ସୁରମା ପାଢୀଙ୍କ କାର୍ଯ୍ୟାଳୟରେ ସେ ଏହି ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ତାଙ୍କ ମାଆ ଏବଂ ଧର୍ମପତ୍ନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେହିପରି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗମ, ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ସେ ଆଜିଠାରୁ ବିଧିବଧ ଭାବେ ବିଧାୟକ ଭାବେ ପରିଚିତ ହେଲେ। ଏହାପରେ ତାଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ। ଏଥିରେ ତାଙ୍କର ମାସିକ ଦରମା 35000 ଟଙ୍କା ମାସିକ ରହିଛି। ସେହିପରି ତାଙ୍କର ଅନ୍ୟାନ୍ୟ ସୁବିଧା ପାଇଁ ମାସିକ 65000 ଟଙ୍କା ହୋଇ ମୋଟ 100000 ଟଙ୍କା ପାଇବେ। ଏହା ସହିତ ସେ ବିଧାନସଭା ଅଧିବେଶନ ବେଳେ ଦୈନିକ 1500 ଟଙ୍କା ମଧ୍ୟ ପାଇବେ।



