ଭୁବନେଶ୍ବରରେ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା

ଭୁବନେଶ୍ବର: ଭୁବନେଶ୍ବରର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା । ପିନାକ ମିଶ୍ରଙ୍କଠାରୁ ଦାୟିତ୍ବ ନେଲେ ମୀନା । ତେବେ ଦାୟିତ୍ୱ ନେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଗମୋହନ ମୀନା କହିଛନ୍ତି ଯେ, ଅପରାଧ ତଦନ୍ତ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ୱ ଦିଆଯିବ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ । ଚାରିଆଡେ ସିସିଟିଭି ସର୍ଭେଲାନ୍ସ ବଢାଯିବ । ସାଇବର ସୁରକ୍ଷା ଓ ବୟସ୍କଙ୍କ ସୁରକ୍ଷା ଉପରେ ରହିବ ଗୁରୁତ୍ବ । ଆଗକୁ ସାଇବର ଥାନାକୁ ମଧ୍ୟ ସୁଦୃଢ କରାଯିବ । ଅଭିଯୋଗ ପାଇଁ ନିଜର ହ୍ବାଟସଆପ ନମ୍ବର ଦେଇଛନ୍ତି। ନବନିଯୁକ୍ତ କନେଷ୍ଟବଳକୁ କିପରି ବ୍ୟବହାର କରାଯିବ । ସେନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି । ନିକଟରେ ଆଇପିଏସ୍ ସ୍ତରରେ ବଡଧରରଣର ଅଦଳବଦଳ ହୋଇଛି । ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ନିଯୁକ୍ତ କରାଯାଇଥିବାବେଳେ କଟକ ଡିସିପି ଭାବେ ଖିଲାରି ରିଷିକେଶଙ୍କୁ ନିଯୁକ୍ତ କରାଯାଇଛି ।  ସେହିପରି ବଲାଙ୍ଗୀର ଏସପି ଥିବା କେଆର ଧ୍ୟାନଦେବଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଛି ।  ଭୁବନେଶ୍ବର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ୍ ଡିଆଇଜି ଦାୟିତ୍ବ ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button