ଜଗା ପ୍ରଧାନଙ୍କୁ ମିଳିଲା ଜାମିନ୍

ଭୁବନେଶ୍ବର: ଶେଷରେ ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ। ଆଜି ଖୋର୍ଦ୍ଧା ସେସନ କୋର୍ଟ ତାଙ୍କର ଆବେଦନକୁ ଗ୍ରହଣ କରି ଜାମିନ ପ୍ରଦାନ କରିଛନ୍ତି। ଏଥିରେ ତିରିଶ ହଜାର ଟଙ୍କା ଏବଂ ଜଣେ ଜାମିନଦାର ମୁଚଲିକାରେ ଏହି ଜାମିନ ପ୍ରଦାନ କରାଯାଇଛି। ଏ ନେଇ ଜଗାଙ୍କ ଓକିଲ ସୂଚନା ପ୍ରଦାନ କରିଛନ୍ତି। ବିଏମସି ଅଧିକାରୀଙ୍କୁ ମାଡ ଘଟଣାରେ ଜଗନ୍ନାଥ ପ୍ରଧାନଙ୍କ ପରୋକ୍ଷ ସଂପୃକ୍ତିରେ ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ହାଜର ପରେ ତାଙ୍କୁ ଜାମିନ ନ ମିଳିବାରୁ ସେ ଜେଲ ଯାଇଥିଲେ। ସେ ଡିସିପ ଅଫିରସରେ ଆତ୍ମସର୍ମପଣ ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ଜାମିନ ମିଳିବା ପରେ ସେ ଖୁବ ଶିଘ୍ର ଜେଲରୁ ଖଲାସ ହେବେ ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button