IT ର ୫୧ ତମ ଜାତୀୟ ନାଟ୍ୟ ପର୍ବ ୨୦୨୫-୨୬: ଦ୍ଵିତୀୟ ସନ୍ଧ୍ୟାରେ ନାଟକ ‘ଆଗାମୀ’ ମଞ୍ଚସ୍ଥ

ଭୁବନେଶ୍ୱର : ରବିନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ International Theatre ର ୫୧ ତମ ଜାତୀୟ ନାଟ୍ୟ ପର୍ବର ଦ୍ଵିତୀୟ ସନ୍ଧ୍ୟାରେ ଇଣ୍ଟରନ୍ୟାସନାଲ ଥିଏଟରର କଳାକାରମାନଙ୍କ ଦ୍ଵାରା ମନୋରଞ୍ଜନ ଦାସଙ୍କ ରଚିତ ଓ ମିହିର ମେହେରଙ୍କ ନିର୍ଦ୍ଦେଶିତ ନାଟକ ‘ଆଗାମୀ’ ମଞ୍ଚସ୍ଥ ହୋଇଥିଲା ।

ଦୀର୍ଘ ସାତ ଦଶନ୍ଧି ପୂର୍ବରୁ ଲେଖା ଯାଇଥିବା ଏହି ନାଟକଟିକୁ ବର୍ତ୍ତମାନ ସମୟରେ ମଞ୍ଚପଯୋଗୀ କରି ଦର୍ଶକଙ୍କୁ ଭେଟିଦେବାର ପ୍ରୟାସ ପାଇଁ ନିର୍ଦ୍ଦେଶକ ମିହିର ମେହେରଙ୍କୁ ଅନେକ ମହଲରେ ପ୍ରଶଂସା କରାଯାଇଛି । ଏହି ଅବସରରେ International theatre ସମ୍ମାନରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଏବଂ ମଞ୍ଚ ଅଭିନେତା ଜିତେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା।

ଯୁବ ନାଟ୍ୟ ନିର୍ଦ୍ଦେଶକ ତଥା ମଞ୍ଚ ଓ ସିନେ ଅଭିନେତା ଦୀପକ ରଂଜନ ପତି ( ଆମନ୍) ଙ୍କୁ ଇଟ୍ ଯୁବ ନାଟ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି । ନାଟକ ମଞ୍ଚସ୍ଥ ପରେ IT ର ନିର୍ଦ୍ଦେଶକ ମିହିର ମେହେରଙ୍କୁ ”ଆଗାମୀ” ନାଟକ ପାଇଁ ସମ୍ମାନିତ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button