ମହାପ୍ରସାଦ ନାଁରେ ବଡ଼ଦାଣ୍ଡରେ ବିକ୍ରି ହେବନି ଖଜା

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକିଲେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ ସମ୍ପୃକ୍ତ ବ୍ୟବସାୟୀ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଛନ୍ତି। ଏଣିକି ବ୍ୟବସାୟୀମାନେ ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ଶ୍ରୀକ୍ଷେତ୍ରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ନିଜକୁ ମହାପ୍ରଭୁଙ୍କୁ ସମର୍ପି ଦେଇଥାନ୍ତି। ତେଣୁ ପୁରୀର ପ୍ରତ୍ୟେକ ଜିନିଷକୁ ଅତି ଆପଣାର କରିଥାନ୍ତି। ତେବେ ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଲାଭବାନ୍ ମଧ୍ୟ ହୋଇଥାନ୍ତି। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଗୋଟିଏ ପରେ ଗୋଟିଏ ସଂସ୍କାର ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ଶ୍ରୀ ପାଢ଼ୀ ମହାପ୍ରସାଦ ନେଇ ଶ୍ରୀମନ୍ଦିର ପ୍ରଶାସନର ବଡ଼ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି। ଜୈବିକ ପ୍ରଣାଳୀରେ ଉତ୍ପାଦିତ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହେବ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ପାଢ଼ୀ ଲେଖିଛନ୍ତି ଯେ ମହାପ୍ରଭୁଙ୍କୁ ଲାଗି ପରେ ଶ୍ରୀମନ୍ଦିର ଆନନ୍ଦବଜାରରେ ଖଜା ମହାପ୍ରସାଦ ଭାବେ ବିକ୍ରି ହୋଇଥାଏ। କିନ୍ତୁ ଶ୍ରୀମନ୍ଦିର ବାହାରେ, ଏପରିକି ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଥିବା ଦୃଷ୍ଟିଗୋଚର ହୋଇଛି, ଯାହା ସମ୍ପୂର୍ଣ୍ଣ ରୂପେ ଭୁଲ। ତେଣୁ ଏଥିରୁ ବିରତ ରହିବା ସହ ଭକ୍ତଙ୍କୁ ବିଭ୍ରାନ୍ତ ନ କରିବାକୁ ସମସ୍ତ ଖଜା ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଆଜି ଖଜାର ଖୁଚୁରା ବ୍ୟବସାୟୀ ତଥା ଉତ୍ପାଦନ ୟୁନିଟ୍ ଏବଂ ସମୁଦ୍ର ବେଳାଭୂମି ହୋଟେଲ / ରେଷ୍ଟୁରାଣ୍ଟ୍‌ର ଯାଞ୍ଚ, ବାଲିସାହି, ମାର୍କେଟ ସ୍କୋୟାର୍‌, ସିଟି ରୋଡ୍‌, ପୁରୀର ଗ୍ରାଣ୍ଡ୍‌ରୋଡ୍ କ୍ଷେତ୍ର ଗତକାଲି ଏବଂ ଆଜି ଖାଦ୍ୟ ନିରାପତ୍ତା ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ରାଜେଶ୍ୱରୀ ପତିଙ୍କୁ ନେଇ ଖାଦ୍ୟ ନିରାପତ୍ତା ଦଳ ଦ୍ୱାରା ନିର୍ମିତ ଅଧିକାରୀ ବେଦଶ୍ରୀ ସାହୁ, ଖାଦ୍ୟ ସୁରକ୍ଷା ଅଧିକାରୀ, ପୁରୀ ପୌରପାଳିକାର ଭ୍ରମରବର ଜେନା, ଖାଦ୍ୟ ସହାୟକ ସୁଶାନ୍ତ ଜେନା, ଖାଦ୍ୟ ସହାୟକ ରଞ୍ଜନ ମହାନ୍ତି। ଏହି ଯାଞ୍ଚ ସମୟରେ ପ୍ରାୟ ୧୦୦ କିଲୋଗ୍ରାମ ବିଷାକ୍ତ ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଇଥିଲା। ଏଥିସହ ଡିଫଲ୍ଟ ଖାଦ୍ୟ ବ୍ୟବସାୟ ଅପରେଟର୍‌ଙ୍କଠାରୁ ୨୦ ହଜାର ଟଙ୍କା ସଂଗ୍ରହ କରାଯାଇଥିଲା। ବ୍ୟବସାୟୀମାନଙ୍କୁ ସ୍ୱଚ୍ଛତା ବଜାୟ ରଖିବା, ଧୂଳି, ମଶାମାଛିରୁ ରକ୍ଷା ପାଇବା ପାଇଁ ସେମାନେ ଖାଦ୍ୟପଦାର୍ଥ ସଠିକ୍ ଭାବରେ ଘୋଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button