ଆହୁରି ଦୁଇ ଦିନ କଲବଲକରିବ ଖରା

ଭୁବନେଶ୍ୱର : ତାତିରୁ ମିଳିବନି ତ୍ରାହି । ଆହୁରି ଦୁଇ ଦିନ କଲବଲ କରିବ ଖରା । ୧୧ ଜିଲ୍ଲାକୁ ହିଟ୍‌ଓ୍ୱେଭ୍‌ ସତର୍କ ଜାରି ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦୁଇ ଦିନ ହିଟ୍‌ଓ୍ୱେଭ୍‌  ଲାଗିରହିବ । କିନ୍ତୁ ୨୨ ତାରିଖ ପରେ ପ୍ରଚଣ୍ଡ ତାତିରୁ ମିଳିପାରେ ତ୍ରାହି । ଦୁଇ ଦିନ ପରେ ତାପମାତ୍ରା ଖସିବାର ସମ୍ଭାବନା ରହିଛି । ପ୍ରାୟତଃ ୩-୪ ଡିଗ୍ରୀ କମିପାରେ ତାପମାତ୍ରା । ଯାହାଫଳରେ ଖରାରେ ଛଟପଟ ହେଉଥିବା ଲୋକଙ୍କୁ ମିଳିବ ତ୍ରାହି ।

Related Articles

Leave a Reply

Your email address will not be published.

Back to top button