ଆଇଟି ରେଡ:ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି ନେତା

ଭୁବନେଶ୍ୱର:  ଆଇଟି ରେଡରେ ଲାଗିଲା ରାଜନୀତିର ରଙ୍ଗ । ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି ନେତା । ସୁନ୍ଦରଗଡ, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ କରି ୨୦୦ କୋଟି ଜବତ କରିଥିବା ଜଣାପଡିଛି । ବିଡା ବିଡା ନୋଟ ଜବତର ଦୃଶ୍ୟ ଏବେ ସମସ୍ତଙ୍କୁ ଜଳକା କରିଛି । ଏହାରି ଭିତରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଏକ ସାଂଘାତିତ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେଉଁ ମଦ କଂପାନୀ ଉପରେ ଆୟକର ଫାଙ୍କି ଥିବା ଅଭିଯୋଗରେ ରେଡ୍ ଚାଲିଛି ତାର ଜମିର ମାଲିକାନା ଯୋଗେଶ ସିଂହଙ୍କ ମା’ ଓ ଭାଇଙ୍କ ନାଁରେ ଥିଲା । ତେଣୁ ଏବେ କଂପାନୀର ମାଲିକାନା କେମିତି ଆଉ ଜଣଙ୍କ ନାଁକୁ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ବେଳେ ଏଠାରେ ବଢୁଥିବା ମଦ କାରବାରକୁ ବିରୋଧ କରି ସେ ଭୋଟ୍ ମାଗିଥିଲେ ବୋଲି କହିଛନ୍ତି । ଜବାବରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ ସିଂହ କହିଛନ୍ତି, ସେ ବିଧାୟିକା ହେବା ପୂର୍ବରୁ ଦେଶୀ ମଦ ବ୍ୟବସାୟରେ ଲିପ୍ତ ଥିଲେ । ତେବେ ରେଡ୍ ଚାଲିଥିବା ବ୍ୟବସାୟୀଙ୍କ ସହ ପାରିବାରିକ ସମ୍ପର୍କ ଥିବା କଥା ସ୍ୱୀକାର କରିଛନ୍ତି ବିଜେଡି ବିଧାୟକ । ହେଲେ ବ୍ୟବସାୟ ସହ କୌଣସି ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button