ISRO ର ନୂଆ ଅଧ୍ୟକ୍ଷ ଡକ୍ଟର ଭି.ନାରାୟଣନଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ: ISRO ର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍‌ । ଗତକାଲି ଅପରାହ୍ନରେ ସେ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେଇଛନ୍ତି । ଭି. ନାରାୟଣନ ଇସ୍ରୋର ମୁଖ୍ୟ ଭାବେ ଦୁଇ ବର୍ଷ ଧରି ଦାୟିତ୍ବରେ ରହିବେ । ଦେଶରେ କ୍ରାୟୋଜେନିକ ଇଞ୍ଜିନ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଡକ୍ଟର ନାରାୟଣନଙ୍କର ଏକ ପ୍ରମୁଖ ସଫଳତା ହେଉଛି GSLV Mk III ଯାନର C25 କ୍ରିଏଜେନିକ୍ ପ୍ରୋଜେକ୍ଟ ପାଇଁ ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଆଦିତ୍ୟ ମହାକାଶଯାନ, GSLV Mk-III ମିଶନ, ଚନ୍ଦ୍ରୟାନ-୨ ଏବଂ ଚନ୍ଦ୍ରାୟନ -3 ପାଇଁ ସେ ପ୍ରପୁଲସନ ସିଷ୍ଟମରେ ମଧ୍ୟ ସହଯୋଗ କରିଥିଲେ । କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏମଟେକ ସହ ଆଇଆଇଟି ଖଡ଼ଗପୁରରୁ ଏରୋସ୍ପେଶ ଇଞ୍ଜିନିୟରିଂରେ ପିଏଚଡି କରିଛନ୍ତି ଭି. ନାରାୟଣନ । ୧୯୮୪ରେ ସେ ଇସ୍ରୋରେ ଯୋଗ ଦେଇଥିଲେ । ୨୦୧୮ରୁ ସେ ଲିକ୍ୟୁଇଡ ପ୍ରପଲ୍ୟୁସନ୍ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ଅଛନ୍ତି । ସୂଚନାଯୋଗ୍ୟ, ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥ ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏବେ ସେ ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍‌-୧’ର ଲଞ୍ଚିଂ ସମୟରେ ଏସ୍‌. ସୋମନାଥଙ୍କୁ କ୍ୟାନ୍ସର ଜଣାପଡ଼ିଥିଲା ।  ଲଞ୍ଚିଂ ପରେ ସୋମନାଥ ତାଙ୍କ ପେଟ ସ୍କାନ କରାଇଥିଲେ । ସେତେବେଳେ ରୋଗ ଜଣାପଡ଼ିଥିଲା । କିନ୍ତୁ ଅଧିକ ଯାଞ୍ଚ ଏବଂ ଚିକିତ୍ସା ପାଇଁ ସେ ଚେନ୍ନାଇ ଯାଇଥିଲେ । ସେଠାରେ ଜଣାପଡ଼ିଥିଲା ଯେ ଏହି ରୋଗ ତାଙ୍କୁ ଜେନେଟିକାଲି ମିଳିଛି । ତାଙ୍କୁ ଷ୍ଟୋମାକ୍‌ (ପେଟ) କର୍କଟ ହୋଇଥିଲା । କିଛି ଦିନ ମଧ୍ୟରେ ରୋଗ ନିଶ୍ଚିତ ହୋଇଥିଲା । ପରେ ସେ ସର୍ଜରୀ କରାଇଥିଲେ । ପୁଣି ତାଙ୍କର କେମୋଥେରାପି ଚାଲିଥିଲା । ଚିକିତ୍ସା ଜାରି ରହିଛି ଏବଂ ସେ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଔଷଧ ଚାଲିଛି । ସେ ଜାଣନ୍ତି ଯେ କର୍କଟ ଚିକିତ୍ସା ପାଇଁ ବହୁତ ସମୟ ଲାଗିବ । ଏହା ଏକ ଲମ୍ବା ପ୍ରକ୍ରିୟା । କିନ୍ତୁ ଏହି ଯୁଦ୍ଧ ମୁଁ ଲଢ଼ିବି ବୋଲି ସେ କହିଛନ୍ତି । ବହୁତ ଅଧିକ ରିକଭରି ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button