ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା: ୫ ସସ୍‌ପେଣ୍ଡ

ଭୁବନେଶ୍ବର: ରାଜ୍ୟରେ ବର୍ତମାନ ଦଶମ ପରୀକ୍ଷା ଚାଲିଥିବା ବେଳେ ଅବ୍ୟବସ୍ଥା ଅଭିଯୋଗରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସହିତ ୫ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। କଣ୍ଟାବାଞ୍ଝି ବ୍ଲକ ଅନ୍ତର୍ଗତ ମୁରିବାହାଲ ହଳଦୀ ହାଇସ୍କୁଲରେ ଦଶମ ପରୀକ୍ଷାରେ କପି ସହ ଅବ୍ୟବସ୍ଥା ଅଭିଯୋଗ ହୋଇଥିଲା। ଘଟଣାରେ ଉପଜିଲାପାଳ ପରୀକ୍ଷାରେ ଅନିୟମିତତା ରିପୋର୍ଟ ଦେଇଥିଲେ। ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।  ଗତ ୨୪ ତାରିଖରେ ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ପରିଦର୍ଶନ କରିଥିଲେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ। ପରିଦର୍ଶନ ସମୟରେ କପି ହେଉଥିବା ଦେଖିବାକୁ ପାଇଥିଲେ l ମାଟ୍ରିକ୍ ପରୀକ୍ଷା ପରିଚାଳନା ପାଇଁ ଥିବା ନିୟମକୁ ଉଲ୍ଲଘନ କରାଯାଉଥିବା ଦେଖିବାକୁ ପାଇଥିଲେ। ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲେ ଉପଜିଲ୍ଲାପାଳ। ଉପଜିଲାପାଳଙ୍କ ଚିଠି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ। ହଳଦୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ସେଣ୍ଟର ସୁପ୍ରିଣ୍ଟେଣ୍ଡେଣ୍ଟ ଉମେଶ ବିଶ୍ୱାଳଙ୍କ ସହିତ ପାଞ୍ଚ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ଜିଲା ଶିକ୍ଷା ଅଧିକାରୀ।

Related Articles

Leave a Reply

Your email address will not be published. Required fields are marked *

Back to top button