ଆଇପିଏସ ପରାଗ ଜୈନ ହେଲେ ନୂତନ ଆରଏଡବ୍ଲ୍ୟୁ ମୁଖ୍ୟ

ନୂଆଦିଲ୍ଲୀ: ସିନ୍ଦୁର ଅପରେସନ ସମୟରେ ପାକିସ୍ତାନ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ସୂଚନା ପ୍ରଦାନ କରିଥିବା ARC ର ମୁଖ୍ୟ ପରାଗ ଜୈନଙ୍କୁ ସରକାର ନୂତନ RAW ମୁଖ୍ୟ ଭାବରେ ନିଯୁକ୍ତି ଘୋଷଣା କରିଛନ୍ତି। ପରାଗ ଜୈନ ହେଉଛନ୍ତି ୧୯୮୯ ବ୍ୟାଚର ପଞ୍ଜାବ କ୍ୟାଡରର IPS ଅଧିକାରୀ ଏବଂ ଦୀର୍ଘ ସମୟ ଧରି କ୍ୟାବିନେଟ ସଚିବାଳୟରେ କାର୍ଯ୍ୟ କରୁଥିଲେ। ଦେଶର ସର୍ବବୃହତ ଗୁପ୍ତଚର ସଂସ୍ଥା ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ (RAW)ର ବର୍ତ୍ତମାନର ମୁଖ୍ୟ ରବି ସିହ୍ନା ଚଳିତ ମାସ ୩୦ ତାରିଖରେ ଅବସର ନେଉଛନ୍ତି। ଏପରି ପରିସ୍ଥିତିରେ ସରକାର RAW ର ଆଭିଏସନ ଉଇଙ୍ଗ, ARCର ମୁଖ୍ୟ ପରାଗ ଜୈନଙ୍କୁ ଦେଶର ବାହ୍ୟ ଗୁପ୍ତଚର ନେତୃତ୍ଵ ନେବାର ଦାୟିତ୍ୱ ଦେଇଛନ୍ତି। ରବି ସିହ୍ନାଙ୍କ ଅବସର ପରେ ପରାଗ ଜୈନ ତାଙ୍କ ପଦ ଗ୍ରହଣ କରିବେ।