ଆଇପିଏଲ୍‌ ୨୦୨୫: ଆଜି ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ: ଆଜି IPLର ୨ ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ସହ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ବିଶାଖପାଟନମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଅପରାହ୍ନ ୩.୩୦ ରେ ଆରମ୍ଭ ହେବ। ଲକ୍ଷ୍ନୌ ସୁପର ଜଏଣ୍ଟସକୁ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ ଟୁର୍ଣ୍ଣାମେଣ୍ଟର ଅଭିଯାନ ଆରମ୍ଭ କରିଥିଲା। ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ପ୍ୟାଟ୍ କମିନ୍ସଙ୍କ ଅଧିନାୟକତ୍ୱରେ ସନରାଇଜର୍ସ ହାଇଦ୍ରାବାଦକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପରାସ୍ତ କରିଛି। ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦର ସମାନ ୨-୨ ପଏଣ୍ଟ ରହିଛି, କିନ୍ତୁ ଭଲ ନେଟ ରନ୍ ଆଧାରରେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଚମ ସ୍ଥାନରେ ଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ଷଷ୍ଠ ସ୍ଥାନରେ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button