IPL-2024: ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ଵରେ ପରିବର୍ତ୍ତନ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଅଧିନାୟକ ଦାୟିତ୍ଵ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରିପାରିଛି। ମୁମ୍ବାଇ ପାଣ୍ଡ୍ୟାଙ୍କୁ ଗୁଜୁରାଟ ଟାଇଟାନ୍ସକୁ ଟ୍ରେଡ କରିଥିଲା। ଏହାପୂର୍ବରୁ ରୋହିତ ଶର୍ମା ଦଳର ନେତୃତ୍ଵ ନେଉଥିଲେ। ରୋହିତ ଦୀର୍ଘ ସମୟ ଧରି ଦଳର ଅଧିନାୟକ ରହିଥିଲେ। ତାଙ୍କ ଉପସ୍ଥିତିରେ ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିଲା। କିନ୍ତୁ ବର୍ତ୍ତମାନ ରୋହିତ ଅଧିନାୟକ ଦାୟିତ୍ୱରୁ ମୁକ୍ତି ପାଇଛନ୍ତି। ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସକୁ ଚାମ୍ପିଅନ୍ କରିଛନ୍ତି। ମୁମ୍ବାଇ ଏହାର ଅଫିସିଆଲ ୱେବସାଇଟରେ ଏକ ବିବୃତ୍ତି ଜାରି କରି ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାର ଖବର ସେୟାର କରିଛି। ମୁମ୍ବାଇ ଏହି ବିବୃତ୍ତିରେ ଲେଖିଛି ଯେ, ମୁମ୍ବାଇ ଇଣ୍ଡିଆନ୍ସ ଆଜି ଅଧିନାୟକତ୍ୱ ପରିବର୍ତ୍ତନ ଘୋଷଣା କରୁଛି। ଆଗାମୀ ସିଜନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଏପର୍ଯ୍ୟନ୍ତ ସଫଳ ହୋଇଛି। ଦଳ ଲେଖିଛି ଯେ, ରୋହିତ ଶର୍ମାଙ୍କ ପାଇଁ ଆମ ଦଳ କୃତଜ୍ଞ। ୨୦୧୩ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଅତ୍ୟନ୍ତ ଭଲ ଥିଲା। ସେ ଆଇପିଏଲ ଇତିହାସର ସର୍ବୋତ୍ତମ ଅଧିନାୟକଙ୍କ ମଧ୍ୟରୁ ଜଣେ।

Related Articles

Leave a Reply

Your email address will not be published.

Back to top button