ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର:  ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ସେବାୟତ । ନିମନ୍ତ୍ରଣ ରକ୍ଷା କରିବା ସହ ଏହି ଭବ୍ୟ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରକାଶ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଠାଏ ଚାଉଳ ଓ ଗୁଆ ଦେଇଛନ୍ତି । ନିମନ୍ତ୍ରଣ କରିବାକୁ ଯାଇଥିବା ସେବାୟତ କହିଛନ୍ତି, ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ନା ଇତିହାସରେ ଲିପିବଦ୍ଧ ହେବ। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସମସ୍ତେ ଜଗନ୍ନାଥପ୍ରେମୀଙ୍କୁ ଯୋଗ ଦେବାକୁ କହିଛନ୍ତି ସେବାୟତ ରାମକୃଷ୍ଣ ଦାସ ମହାପାତ୍ର । ଏହାସହ ସେ କହିଛନ୍ତି, ଜଗନ୍ନାଥଙ୍କ ବିନା ଏ ପ୍ରକଳ୍ପ ସମ୍ଭବ ନୁହେଁ। ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି। ପ୍ରକଳ୍ପରେ ଜଗନ୍ନାଥଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗ ରହିଛି।

ଏହି ଲୋକାର୍ପଣ ଉତ୍ସବରେ ସାମିଲ ହେବା ସହ ପ୍ରତ୍ୟେକ ଜଗନ୍ନାଥ ଭକ୍ତ ଗୋଟିଏ ଲେଖାଏଁ ଗୁଆ ପଠାନ୍ତୁ । ପରିକ୍ରମା ପ୍ରକଳ୍ପ କରି ମୁଖ୍ୟମନ୍ତ୍ରୀ ଇତିହାସ ରଚିଛନ୍ତି । ରାଜନୈତିକ ବ୍ୟକ୍ତିବିଶେଷ ହୁଏତ ନବୀନ ପଟ୍ଟନାୟକଙ୍କୁ ଭୁଲି ଯାଇପାରନ୍ତି କିନ୍ତୁ ଜଗନ୍ନାଥପ୍ରେମୀ ମୁଖ୍ୟମନ୍ତ୍ରୀଙ୍କୁ ମନେ ରଖିବେ । ଇତିହାସ ନବୀନ ପଟ୍ଟନାୟକଙ୍କ କଥା କହିବ । ମହାପ୍ରଭୁ ତାଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି କହିଛନ୍ତି ରାମକୃଷ୍ଣ ଦାସ ମହାପାତ୍ର ।

Related Articles

Leave a Reply

Your email address will not be published.

Back to top button