ଯୋଡ଼ି ଶଙ୍ଖ ବିକାଶର ପରିଚୟ :ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ହିଞ୍ଜିଳରେ ସେ ପ୍ରଚାର ଆରମ୍ଭ କରିଛନ୍ତି । ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟଯାତ୍ରା । ଏହି ଅବସରରେ ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ନବୀନ ଜନସାଧାରଣଙ୍କୁ କହିଛନ୍ତି ଯେ, ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ । ଓଡ଼ିଶାର ସାଢେ ୪ କୋଟି ଓଡ଼ିଆ ମୋର ପରିବାର । ଏମାନଙ୍କ ପାଇଁ ମୁଁ କାମ କରି ଚାଲିଛି ଏବଂ ଶେଷ ଯାଏଁ କରିବି । ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ ।” ଏଥିସହ ଯୋଡ଼ି ଶଙ୍ଖ ବିକାଶର ପରିଚୟ ଏବଂ ଓଡ଼ିଶାର ପରିଚୟ ବୋଲି କହି ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଅବସରରେ ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ବିରୋଧୀମାନେ ପ୍ରତିଟି କଥାରେ ରାଜନୀତି କରୁଛନ୍ତି । ବିକାଶକୁ ସେମାନେ ସହଜରେ ଗ୍ରହଣ କରୁପାରୁନାହାନ୍ତି ବୋଲି ନବୀନ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ବିରୋଧୀ ଅପପ୍ରଚାର କରୁଛନ୍ତି । ବିରୋଧୀ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଏଭଳି କରି କେହି କେବେ ସଫଳ ହେବେନି । ଓଡ଼ିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି । ଆପଣଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ । ବିଜୟ ଧାରା ଜାରି ରହିବ । ଲୋକସଭାରେ ବି ଭଲ କରିବୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଅନ୍ୟପକ୍ଷରେ ୨୦୩୬ ସୁଦ୍ଧା ଓଡ଼ିଶା ଓଡ଼ିଶା ଏକ ନମ୍ବର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସେ କହିଛନ୍ତି ଯେ ମିଶନ ଶକ୍ତି ମା’ମାନେ ଉଦ୍ୟୋଗୀ ହେଲେଣି । ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରଣ ହେବ । ୨୦୨୪ରୁ ୨୦୩୪ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ହେବ । ଓଡ଼ିଶାରେ ଯୁବ ବଜେଟ ଅଣାଯିବ । ରାଜ୍ୟ ତା’ କାମ ପାଇଁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ମା’ଙ୍କୁ ଅଧିକାର ଦେବାରେ ବିଜେଡି ଏକ ନମ୍ବର । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆଗୁଆ ରହିଛି । ସ୍ୱାସ୍ଥ୍ୟସେବାରେ ବିଏସକେୱାଇ ଦେଶରେ ମଡେଲ ସାଜିଛି । କୃଷି ବଜେଟ ଆଣିବାରେ ଓଡ଼ିଶାରେ ଦେଶରେ ୧ ନମ୍ବର ।

Related Articles

Leave a Reply

Your email address will not be published.

Back to top button