ମୌଲାନା ଗିରଫ ପରେ ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ: ପୋଲିସ ଗୋଟି ଗୋଟି କରି ସମସ୍ତଙ୍କୁ ବାନ୍ଧୁଛି । ଆଇଏମସି ମୁଖ୍ୟ ମୌଲନା ତୌକୀର ରଜାକୁ ପୋଲିସ ଗିରଫ କରିବା ପରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ଶନିବାର ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ସରକାରୀ ନିର୍ଦ୍ଦେଶ ପରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ବରେଲୀରେ ଇଣ୍ଟରନେଟ୍ ସେବା ସ୍ଥଗିତ କରାଯାଇଛି । ବରେଲୀ ଏସଏସପିଙ୍କ କହିବା ଅନୁସାରେ, ମୋଟ୍ ୮ ଜଣଙ୍କୁ ଜେଲ୍ ପଠାଯାଇଛି । ଏହା ସହିତ ୨୦୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । କୋତବାଲୀ ଥାନାରେ ୫, ବରାଦଲୀରେ ୨, ପ୍ରେମନଗର ୧ ଏବଂ କେଣ୍ଟରେ ଗୋଟିଏ ମାମଲା ରୁଜୁ ହୋଇଛି । ହିଂସାରେ ଜଡ଼ିତ ସମୁଦାୟ ୩୯ ଜଣଙ୍କୁ ଗିରଫ କରାଯାଇଛି । ମୌଲନାଙ୍କ ବିରୁଦ୍ଧରେ ୭ଟି ଏଫଆଇଆର୍ ରୁଜୁ କରାଯାଇଛି । ସୂଚନା ଥାଉକି, ମୌଲନା ତୌକୀର ୨୦୧୦ ବରେଲୀ ଦଙ୍ଗାରେ ମଧ୍ୟ ଅଭିଯୁକ୍ତ ରହିସାରିଛନ୍ତି । ଏବେବି ଉକ୍ତ ମାମଲାରେ କୋର୍ଟରେ ବିଚାରଧୀନ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button