ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ଵର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। କଟକ ଏବଂ ନୟାଗଡ ଏସପିଙ୍କ ଏହି କ୍ରମରେ ବଦଳି ହୋଇଛି। ଆଇପିଏସ ଅଧିକାରୀ ସପିନ ଅହମ୍ମଦ କେ. କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ସାର୍ଥକ ଷଡଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡର ଡିଆଇଜି ଭାବେ ଦାୟିତ୍ଵ ମିଳିଛି। ସତ୍ୟଜିତ ନାୟକ ଏଚଆରପିସି ଡିଆଇଜି ହୋଇଛନ୍ତି। ତେବେ ଯୁଗଳ କିଶୋର ବାନୋଥଙ୍କୁ ଏଆଇଜି ହେର୍ଡକ୍ଵାର୍ଟର ଦାୟିତ୍ଵ ମିଳିଥିବା ବେଳେ ରାହୁଲ ଜୈନଙ୍କୁ ନୟାଗଡ ଏସପି ଏବଂ ମିହିର କୁମାର ପଣ୍ଡାକୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ନିଯୁକ୍ତି ମିଳିଛି।

Related Articles

Leave a Reply

Your email address will not be published.

Back to top button