ଅସ୍ତ୍ର ବିରତି ଚୁକ୍ତି ଉଲଂଘନ ନେଇ ଭାରତର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହେବାର କିଛି ଘଣ୍ଟା ପରେ, ପାକିସ୍ତାନ ବାରମ୍ବାର ଏହାକୁ ଉଲ୍ଲଂଘନ କରିଛି। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ବିଳମ୍ବିତ ରାତିରେ ଏକ ପ୍ରେସ୍ ବ୍ରିଫିଂରେ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଗତ କିଛି ଘଣ୍ଟା ମଧ୍ୟରେ ନିୟନ୍ତ୍ରଣ ରେଖା (LoC) ଏବଂ ଅନ୍ତର୍ଜାତୀୟ ସୀମା (IB) ରେ ଚୁକ୍ତିନାମାର ଅନେକ ଉଲ୍ଲଂଘନ ହୋଇଛି। ବୈଦେଶିକ ସଚିବ ଏହାକୁ ” ଅସ୍ତ୍ର ବିରତି ଚୁକ୍ତିର ସିଧାସଳଖ ଉଲ୍ଲଂଘନ” ବୋଲି ବର୍ଣ୍ଣନା କରିଛନ୍ତି। ବିକ୍ରମ ମିଶ୍ରୀ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀ ଏହି ଉଲ୍ଲଂଘନର “ଉପଯୁକ୍ତ ଏବଂ ପର୍ଯ୍ୟାପ୍ତ ଜବାବ” ଦେଉଛି ଏବଂ ଭାରତ ପରିସ୍ଥିତିକୁ ବହୁତ ଗମ୍ଭୀରତାର ସହିତ ନେଉଛି। ପାକିସ୍ତାନକୁ ଏହି ଉଲ୍ଲଂଘନ ବନ୍ଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏବଂ ସମଗ୍ର ମାମଲାକୁ ଦାୟିତ୍ୱର ସହ ପରିଚାଳନା କରିବାକୁ ସେ ନିବେଦନ କରିଛନ୍ତି। ବୈଦେଶିକ ସଚିବ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ସେନା ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଯଦି ଏପରି ଉଲ୍ଲଂଘନ ପୁନରାବୃତ୍ତି ହୁଏ – ତାହା ନିୟନ୍ତ୍ରଣ ରେଖା ହେଉ କିମ୍ବା ଅନ୍ତର୍ଜାତୀୟ ସୀମା – ତେବେ କଡ଼ା ଜବାବ ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଭାରତ ପକ୍ଷରୁ ଏହି କଡ଼ା ପ୍ରତିକ୍ରିୟା ଏପରି ଏକ ସମୟରେ ଆସିଛି ଯେତେବେଳେ ଉଭୟ ଦେଶ ସୀମାରେ ଶାନ୍ତି ବଜାୟ ରଖିବାକୁ ରାଜି ହୋଇଥିଲେ, କିନ୍ତୁ ପାକିସ୍ତାନର ସଦ୍ୟତମ ଉଲ୍ଲଂଘନ ପୁଣି ଥରେ ଉତ୍ତେଜନା ବୃଦ୍ଧି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button