ଭାରତର ବୃହତ୍ତ ବିଜୟ

ନୂଆଦିଲ୍ଲୀ: ବିଶାଖାପାଟଣା ଟେଷ୍ଟରେ ଭାରତ ବୃହତ୍ତ ବିଜୟ ହୋଇଛି । ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୦୬ରନରେ ହରାଇଛି । ଭାରତ ପକ୍ଷରୁ ଦିଆଯାଇଥିବା ମୋଟ ୩୯୯ରନକୁ ପିଛା କରି ଭ୍ରମଣକାରୀ ଦଳ ଇଂଲଣ୍ଡ ୨୯୨ରେ ଅଲଆଉଟ ହୋଇଯାଇଛି ।  ଏହାସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି  ।  ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଛମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ ଭାରତର ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲା ବେଳେ କେବଳ ଜୟସ୍ୱାଲ ୨୦୯ ରନର ବିଶାଳ ପାଳି ଖେଳି ଦଳୀୟ ସ୍କୋରକୁ ୩୯୬ରେ ପହଞ୍ଚାଇଥିଲେ । ସେହିପରି ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ଜ୍ୟାକ କ୍ରୱେଲ ୭୬ ରନ କରିଥିଲେ । ସେହିପରି ଦ୍ୱିତୀୟ ଇଂନିସରେ ବି ଭାରତର ସ୍ଥିତି ସମାନ ହୋଇଥିଲା । ଏହି ଇଂନିସରେ ଶୁଭମନ ଗିଲ ଶତକୀୟ ପାଳି ଖେଳିଥିଲେ । ଫଳରେ ଦଳ ୨୫୫ ରନ କରିବା ସହ ଇଂଲଣ୍ଡକୁ ୩୯୯ ରନର ବିଶଳ ଟାର୍ଗେଟ ଦେଇଥିଲା । ଯାହାକୁ ପିଛା କରି ଇଂଲଣ୍ଡ ଦଳ ୨୯୨ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଏହି ମ୍ୟାଚକୁ ୧୦୬ ରନରେ ଜିତି ନେଇଛି ।

Related Articles

Leave a Reply

Your email address will not be published.

Back to top button