ଅଲିମ୍ପିକ୍ସ ସେମିରେ ଭାରତୀୟ ହକି ଟିମ

ନୂଆଦିଲ୍ଲୀ: ଗ୍ରେଟ ବ୍ରିଟେନକୁ ଶୁଟ ଆଉଟରେ ହରାଇ ପ୍ୟାରିସ ଅଲିମ୍ପିକ୍ସର ସେମିରେ ପ୍ରବେଶ କରିଛି ଭାରତୀୟ ହକି ଟିମ। ୬୦ ମିନିଟର କଡ଼ା ସଂଘର୍ଷ ପରେ ସ୍ଥିତି ୧-୧ରେ ରହିବାରୁ ଶୁଟ ଆଉଟ ହୋଇଥିଲା। ଶୁଟ ଆଉଟରେ ଭାରତ ୪-୨ରେ ବ୍ରିଟେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଏଥିସହ ସ୍ୱର୍ଣ୍ଣ ଜିତିବା ଦିଗରେ ଆଉ ପାଦେ ଆଗେଇଛି। ଭାରତ ଦ୍ୱିତୀୟ କ୍ୱାର୍ଟରରୁ ୧୦ ଜଣ ଖେଳାଳିଙ୍କୁ ନେଇ ଲଢ଼େଇ କରିଥିଲା।  କାରଣ ଓଡ଼ିଆ ପୁଅ ଅମିତ ରୋହିଦାସ ରେଡ କାର୍ଡ ପାଇଁ ମ୍ୟାଚ୍‌ର ୧୭ତମ ମିନିଟରୁ ବାହାରେ ବସିଥିଲେ। ମ୍ୟାଚ୍‌ରେ ଗୋଲକିପର ପିଆର ଶ୍ରୀଜେଶ ଦମଦାର ପ୍ରଦର୍ଶନ କରିଥିଲେ। ଭାରତ ଉପରେ ବ୍ରିଟେନ ଘନଘନ ଆକ୍ରମଣ କରିଥିଲେ ହେଁ ଶ୍ରଜେଶ ସବୁ କିଛି ଚତ୍ମାକର ଢଙ୍ଗରେ ଅଟକାଇ ଦେଇଥିଲେ। ଏଥିସହ ଭାରତକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସର ସେମିରେ ପହଞ୍ଚାଇ ଦେଇଥିଲେ।  ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ଟିମ ୩-୨ରେ ବ୍ରିଟେନକୁ ହରାଇ ସେମିକୁ ଯାଇଥିଲା। ଏହାପରେ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ଏଥର ଦଳ ପଦକ ହାସଲ କରିବା ଠାରୁ ଗୋଟିଏ ବିଜୟ ଦୂରରେ ରହିଛି।

Related Articles

Leave a Reply

Your email address will not be published.

Back to top button