ଆତଙ୍କୀ ସଂଗଠନର ଭାରତ ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଭାରତ ମୁଖ୍ୟ ଗିରଫ । ଆସାମର ଧୁବ୍ରି ଅଞ୍ଚଳରୁ ଆଇଏସଆଇଏସର ଭାରତ ମୁଖ୍ୟ ହରିଶ ଆଜମଲ ଫାରୁକି ଏବଂ ତା’ର ଜଣେ ସହଯୋଗୀକୁ ଗିରଫ କରାଯାଇଛି । ଦୁହେଁ ଏନଆଇଏର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବାବେଳେ ପଡୋଶୀ ବାଂଲାଦେଶ ଦେଇ ଆସାମରେ ବେଆଇନ ଭାବେ ପ୍ରବେଶ କରିଥିଲେ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଆସାମ ସ୍ପେଶାଲ ଟାସ୍କ ଫୋର୍ସ  ଏକ ବଡ ଅପରେସନ ଚଳାଇ ଏହି ଦୁଇ ଟପ୍ ଆଇଏସଆଇଏସ ନେତାଙ୍କୁ ଗିରଫ କରିଛି । କୌଣସି ସୂତ୍ରରୁ ଏଜେନ୍ସିକୁ ସୂଚନା ମିଳିଥିଲା ଯେ, ଭାରତରେ ଆଇଏସଆଇଏସର ଦୁଇ ଟପ୍ ନେତା ଯିଏକି ପଡୋଶୀ ଦେଶରେ ଡେରା ପକାଇଥିଲେ, ଦୁହେଁ ହିଂସାକାଣ୍ଡ ଘଟାଇବାକୁ ଧୁବ୍ରି ସେକ୍ଟର ଦେଇ ଭାରତରେ ପ୍ରବେଶ କରିବେ । ଏହି ଖବର ମିଳିବା ମାତ୍ରେ ଦୁଇ ଆତଙ୍କୀଙ୍କୁ ଧରିବାକୁ ଆଇଜିପି ପାର୍ଥସାରଥୀ ମହନ୍ତଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ଭାରତ-ବାଂଲାଦେଶ ଅନ୍ତରାଷ୍ଟ୍ରୀୟ ସୀମା ଧୁବ୍ରି ଧର୍ମଶାଳା ଅଞ୍ଚଳରେ ବଡ ତଲାସି ଅଭିଯାନ ଚଳାଇଥିଲା । ଶେଷରେ ବୁଧବାର ଭୋର୍ ପ୍ରାୟ ୪ଟା ୧୫ ସମୟରେ ଧୁବ୍ରିର ଧର୍ମଶାଳା ଅଞ୍ଚଳରୁ ଏହି ଦୁଇ ଓଝଓଝ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button