ବଢିଲା ମହଙ୍ଗା ଭତ୍ତା: ସରକାରୀ କର୍ମଚାରୀଙ୍କୁ ନବୀନ ପଟ୍ଟନାୟକଙ୍କ ରଜ ଭେଟି

ଭୁବନେଶ୍ବର: ଆସନ୍ତାକାଲି ହେଉଛି ରଜ। ଏପରି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦେଇଛନ୍ତି ରଜ ଭେଟି। ଆଜି ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ଏହି ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ଘଟଲା। ଏହି ବର୍ଦ୍ଧିତ ଭତ୍ତା ପଛିଲା ଭାବେ ଜାନୁୟାରୀ ୨୦୨୩ରୁ ଲାଗୁ ହେବ। ସରକାରୀ କର୍ମଚାରୀଙ୍କ ସହିତ ସେହିପରି ପେନସନ ଭୋଗୀ ଟିଆଇ ରେ ମଧ୍ୟ ଚାରି ପ୍ରତିଶତ ବୃଦ୍ଧି କରାଯାଇଛି। ପେନସନ ଭୋଗୀମାନେ ଜୁନମାସରେ ଏହି ବର୍ଦ୍ଧିତ ଟିଆଇ  ପାଇବେ। ଏହା ଦ୍ବାରା ରାଜ୍ୟର ୭.୫ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ।

Related Articles

Leave a Reply

Your email address will not be published.

Back to top button