ନବ ଦାସଙ୍କ ଘରେ ଆୟକର ବିଭାଗ ର ରେଡ୍

ଭୁବନେଶ୍ୱର: ଆୟକର ଫାଙ୍କିବା ଅଭିଯୋଗରେ ଆଜି ସକାଳୁ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତଃ ନବ ଦାସଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି । ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ୨୦ ଟିମ୍‌ ସାମିଲ ଅଛନ୍ତି । ଆଜି ସକାଳ ୫ଟାରୁ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦିଲ୍ଲୀ ସମେତ ୧୯ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି । ଅନ୍ୟପଟେ ୩ଟି ଅଫିସ ବନ୍ଦ ଅଛି । ଦୀପାଳି ଦାସ ପୁରୀରୁ ଫେରିଲେ ଅଫିସରେ ଚଢାଉ କରାଯିବ ବୋଲି ସୂଚନା ରହିଛି । ଏହି ଚଢ଼ାଉରେ ୧୦୦ ରୁ ଅଧିକ ଅଧିକାରୀ ସାମିଲ ରହିଛନ୍ତି । ସେପଟେ କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ନବ ଦାସ ଲିଙ୍କରେ ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଏଥିସହ ନବ ଦାସଙ୍କ ବ୍ୟବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍‌ । ଜାନୁୟାରୀ ୧୭ ତାରିଖରେ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଓ ଅଫିସରେ ଆଇଟି ରେଡ୍ ହୋଇଥିଲା। ସମ୍ବଲପୁର ଧନକଉଡ଼ାସ୍ଥିତ ତାଙ୍କ ବାସଭବନ, ଭଡ଼ାଘରେ ଓ କାର୍ୟ୍ୟାଳୟରେ ଚଢାଉ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button