ଗୁଳିମାଡ଼, ଅତିକ ଅହମଦ ଓ ଭାଇ ଅଶରଫ ମୃତ

ନୂଆଦିଲ୍ଲୀ:  ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି।  ଗୁଳିମାଡ଼ରେ ଅତିକ ଓ ତାଙ୍କ ଭାଇ ଅଶରଫଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏପରି ଘଟଣା ଘଟିଛି। ଉଭୟଙ୍କୁ କଡ଼ା ସୁରକ୍ଷା ବଳୟରେ ମେଡିକାଲ ଚେକଅପ୍‌ ପାଇଁ ନିଆ ଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟ ଆସିଛି। ଉଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ। କ୍ୟାମେରା ମଧ୍ୟ ଅନ ଥିଲା। ତେବେ ହଠାତ୍‌ କିଛି ଯୁବକ ଭିଡ଼ ଭିତରେ ଧସେଇ ପଶିବା ସହ ସର୍ବସମ୍ମୁଖରେ ଅତିକ ଓ ଅଶରଫଙ୍କୁ ଗୁଳିମାଡ଼ କରିଥିଲେ। ପ୍ରଥମ ଗୁଳିଟି ଅତିକଙ୍କ ମୁଣ୍ଡରେ ବାଜିବାରୁ ସେ ଟଲି ପଡ଼ିଥିଲେ। ସେହିପରି ଦ୍ୱିତୀୟ ଗୁଳିରେ ଅଶରଫ ପ୍ରାଣ ହରାଇଛନ୍ତି। ତିନିଦିନ ତଳେ  ଅତିକଙ୍କ ପୁଅ ଅସଦ ଓ ସହଯୋଗୀ ଗୁଲାମ ପୁଲିସ ଏନକାଉଣ୍ଟର୍‌ରେ ପ୍ରାଣ ହରାଇଥିଲେ।  ଏବେ ନିଜେ ଅତିକ ଓ ଅଶରଫ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି।

Related Articles

Leave a Reply

Your email address will not be published.

Back to top button